Only for Entertainment

ଫିଲ୍ମ ‘ୱାର’ର ପ୍ରଥମ ଗୀତ ରିଲିଜ, ହ୍ରିତିକ-ବାଣୀଙ୍କ ଏହି ପାର୍ଟି ସଙ୍ଗ ଶୁଣିଲେ ଝୁମି ଉଠିବେ ଆପଣ, ଦେଖନ୍ତୁ ଭିଡିଓ

latestly
137

ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ‘ୱାର’କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ଇତି ମଧ୍ୟରେ ଫିଲ୍ମର ପ୍ରଥମ ଗୀତ ‘ଘୁଂଘରୁ’କୁ ମେକର୍ସ ରିଲିଜ କରିଦେଇଛନ୍ତି । ଗୀତରେ ହ୍ରିତିକ ରୋଶନ ଏବଂ ବାଣୀ କପୁରଙ୍କୁ ଦେଖିବାକୁ ମିଳିଛି । ଏହି ପାର୍ଟି ସଙ୍ଗରେ ହ୍ରିତିକ ଏବଂ ବାଣୀଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଗୀତରେ ୧୫୦ ଡ୍ୟାନ୍ସରଙ୍କ ସହିତ ଦୁହେଁ ଖୁବ ନାଚୁ ଥିବାର ନଜର ଆସିଛନ୍ତି । ଗୀତରେ ଅରିଜୀତ ସିଂ ଏବଂ ଶିଳ୍ପା ରାଓଙ୍କ ଭଏସ ଶୁଣିବାକୁ ମିଳିଛି ।

ଦେଖନ୍ତୁ ଗୀତ-

କହିରଖୁଛୁ ଯେ, ଫିଲ୍ମରେ ହ୍ରିତିକ ଏବଂ ବାଣୀଙ୍କ ବ୍ୟତିତ ଟାଇଗର ମଧ୍ୟ ନଜର ଆସିବେ । ରିଅଲ ଲାଇଫରେ ହ୍ରିତିକଙ୍କୁ ଆଇଡଲ ମାନୁଥିବା ଟାଇଗର ପ୍ରଥମ ଥର ପାଇଁ ତାଙ୍କ ସହିତ ସ୍କ୍ରିନ ସେୟାର କରିବେ । ଫିଲ୍ମରେ ଦୁହେଁ ଗୁରୁ ଶିଷ୍ୟ ଭୂମିକାରେ ନଜର ଆସିବେ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା ଏହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨ ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More