Only for Entertainment

‘ଫାଇଟର୍ସ’ ହେବା ପାଇଁ ହ୍ରିତିକ ରୋଶନ ନେବେ ଏତେ କୋଟି ଟଙ୍କା, ଜାଣିଲେ ଉଡିଯିବ ଆପଣଙ୍କ ହୋସ୍ !

latestly
33

ନିକଟରେ ହ୍ରିତିକ ରୋଶନଙ୍କ ଫିଲ୍ମ ‘ସୁପର ୩୦’ର ଟ୍ରେଲର ରିଲିଜ ହୋଇଥିଲା । ଏହି ଫିଲ୍ମ ୧୨ ଜୁଲାଇରେ ରିଲିଜ ହେବ । ଫିଲ୍ମରେ ହ୍ରିତିକ ପ୍ରଫେସର ଆନନ୍ଦ କୁମାରଙ୍କ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମ ବ୍ୟତିତ ହ୍ରିତିକ ଖୁବ ଶୀଘ୍ର ଆଉ ଏକ ଫିଲ୍ମରେ ମଧ୍ୟ ନଜର ଆସିବେ ।

ହ୍ରିତିକ, ଟାଇଗର ଶ୍ରଫଙ୍କ ସହିତ ନିର୍ଦ୍ଦେଶକ ସିଦ୍ଦାର୍ଥ ଆନନ୍ଦଙ୍କ ଫିଲ୍ମରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ଟାଇଟଲ ‘ଫାଇଟର୍ସ’ ରହିବ ବୋଲି ଖବର ଆସିଛି । ଫିଲ୍ମରେ ହ୍ରିତିକ ଏବଂ ଟାଇଗର ପରସ୍ପରକୁ କମ୍ପିଟ କରୁଥିବାର ନଜର ଆସିବେ । କିନ୍ତୁ ଫିଲ୍ମକୁ ନେଇ ମେକର୍ସ ଏପର୍ଯ୍ୟନ୍ତ କିଛି ଘୋଷଣା କରିନାହାଁନ୍ତି ।

ତେବେ ଏହି ଏବେ ଏମିତି ଏକ ଖବର ସାମ୍ନା କୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପିଙ୍କ ଭିଲ୍ଲାର ରିପୋର୍ଟ ଅନୁସାରେ ଫିଲ୍ମ ‘ଫାଇଟର୍ସ’ ପାଇଁ ହ୍ରିତିକଙ୍କବୁ ୪୮ କୋଟି ଦିଆଯାଉଛି ।

ଖବର ଅନୁସାରେ, ହ୍ରିତିକଙ୍କୁ ସିଦ୍ଦାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନର୍ମିତ ଫିଲ୍ମ ‘ଫାଇଟର୍ସ’ ପାଇଁ୪୮ କୋଟି ଦିଆଯାଇଛି । ଏହି ଫିଲ୍ମ ଏକ ବହୁତ ବଡ ଆକ୍ସନ ଏଣ୍ଟରଟେନମେଣ୍ଟ ଫିଲ୍ମ । ଏହା ହଲିଡେ ସମୟରେ ରିଲିଜ ହେବ । କେବଳ ହ୍ରିତିକ ରୋଶନ ନୁହଁନ୍ତି ଫିଲ୍ମ ପାଇଁ ଟାଇଗର ଶ୍ରଫ ମଧ୍ୟ ବଡ ରକମ ନେଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ଫିଲ୍ମ କେବେ ଠାରୁ ଫ୍ଲେରକୁ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More