Only for Entertainment

ଭୋଜପୁରୀ ଗୀତ ‘ଲଗାବେଲୁ ତୁ ଲିପିଷ୍ଟିକ’ଗୀତରେ ଡାନ୍ସ କଲେ ହ୍ରିତିକ, ଭିଡିଓ ଭାଇରାଲ !

42

ହ୍ରିତିକ ରୋଶନଙ୍କ ଡାନ୍ସର ଅନେକ ଦିୱାନା ରହିଛନ୍ତି । ଟୋନ୍ଡ ବଡି ଏବଂ ହ୍ୟାଣ୍ଡସମ ଫେଓ ସହ ଯେତେବେଳେ ସେ ଡାନ୍ସ କରନ୍ତି ଲୋକମାନେ ଚାହିଁ ରହିଯାଆନ୍ତି । କିନ୍ତୁ ଯେତେବେଳେ ହ୍ରିତିକ ମସ୍ତି କରିବାକୁ ଆସନ୍ତି ସେ ସବୁ କିଛି ଭୂଲି ସେହି ମସ୍ତି ମୁଡରେ ହିଁ ଅଟଳି ଯାଆନ୍ତି । ଯାହାର ପ୍ରମାଣ ତାଙ୍କ ଲାଟେଷ୍ଟ ଇନଷ୍ଟାଗ୍ରାମ ଭିଡିଓରେ ଦେଖିବାକୁ ମିଳିଛି । ସେ ଏହି ଭିଡିଓରେ ଫେମସ ଭୋଜପୁରୀ ଗୀତ ‘ଲଗାବେଲୁ ତୁ ଲିପିଷ୍ଟିକ’ରେ ଡାନ୍ସ କରୁଥିବାର ନଜର ଆସିଛନ୍ତି ।

ଏହି ଭିଡିଓରେ ଡିଜେରେ ‘ଲଗାବେଲୁ ତୁ ଲିପିଷ୍ଟିକ’ଗୀତ ବାଜୁଥିବାର ଶୁଣିବାକୁ ମିଳିଛି । ହ୍ରିତିକ ମସ୍ତି ମୁଡରେ ବୁଡି ନିଜ ଫିଲ୍ମ ସୁପର୩୦’ର କାଷ୍ଟଙ୍କ ସହ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି । ତାଙ୍କ ଆଖପାଖରେ ଉପସ୍ଥିତ ଥିବା ଲୋକ ଫିଲ୍ମରେ ତାଙ୍କ ଛାତ୍ରଛାତ୍ରୀ ଭୂମିକା ତୁଲାଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସୁପର୩୦’ ବିହାରର ପ୍ରସିଦ୍ଧ ଗଚ୍ଚିତଜ୍ଞ ଆନନ୍ଦ କୁମାରଙ୍କ ରିଅଲ ଲାଇଫ ଷ୍ଟୋରୀ ଉପରେ ଆଧାରିତ । ଏହି ଫିଲ୍ମ ୧୨ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More