Only for Entertainment

ରିଲିଜ ହେଲା ହ୍ରିତିକଙ୍କ ସୁପର୩୦ । ଫିଲ୍ମ ଦେଖି କାନ୍ଦି ପକାଇଲେ ମା ଏବଂ ଜେଜେମା ।

50

ବିହାରର ମ୍ୟାଥମେଟିସିଆନ ଆନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ସୁପର ୩୦’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି । ପ୍ରାୟ ୨ ବର୍ଷ ପରେ ଏହି ଫିଲ୍ମ ମାଧ୍ୟମରେ ହ୍ରିତିକ ରୋଶନ ରୂପେଲି ପରଦାରେ ନଜର ଆସିଛନ୍ତି । ବୁଧବାରକୁ ଫିଲ୍ମର ଖାସ ସ୍କ୍ରିନିଂ ରଖାଯାଇଥିଲା । ଯେଉଁଥିରେ ବଲିଉଡର ଏକାଧିକ ତାରକା ଯୋଗ ଦେଇଥିଲେ । କିନ୍ତୁ ସବୁଠାରୁ ଚର୍ଚ୍ଚାର କଥା ହେଉଛି ଫିଲ୍ମ ଦେଖିବା ପରେ ହ୍ରିତିକଙ୍କ ମା ଏବଂ ଜେଜେମା ଇମୋଶନାଲ ହୋଇଗଲେ । ଅନ୍ୟ ପକ୍ଷରେ ସେଲିବ୍ରେଟୀମାନେ ଫିଲ୍ମ ଦେଖôବା ପରେ ଷ୍ଟାଣ୍ଡିଂ ଓଭେସନ ଦେଲେ ।

 

ପିଙ୍କବିଲାର ରିପୋର୍ଟ ଅନୁସାରେ ଫିଲ୍ମ ଦେଖିବା ପରେ ହ୍ରିତିକଙ୍କ ମା ପିଙ୍କି ରୋଶନ ଏବଂ ଜେଜେମା କାନ୍ଦି ପକାଇଲେ । ନିର୍ଦ୍ଦେଶକ ଫରହା ଖାନ ଫିଲ୍ମକୁ ନେଇ ଏକ ଖାସ ମନ୍ତବ୍ୟ ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି ଫିଲ୍ମ ଦେଖିବା ପରେ ତାଙ୍କ ଲୋମ ଟାଙ୍କୁରି ଉଠିଲା । ସେ ହ୍ରିତିକଙ୍କ ଅଭିନୟକୁ ଖୁବ ପ୍ରଶଂସା କରିଛନ୍ତି ।

 

କେବଳ ଫରହା ଖାନ ନୁହଁନ୍ତି ବରଂ ଅଭିନେତ୍ରୀ ୟାମୀ ଗୌତମଙ୍କ ବ୍ୟତୀତ କିଛି ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଫିଲ୍ମକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More