ବଲିଉଡ ଫିଲ୍ମ ‘କ୍ରିସ୍-୩’ର ପାଂଚ ବର୍ଷ ପୁର୍ତି ଅବସରରେ ଫିଲ୍ମର କିଛି ଭିଡ଼ିଓ ଶେୟାର କରିଛନ୍ତି ଅଭିନେତା ହ୍ରିତିକ ରୋଶନ୍ । ନିଜ ଇଷ୍ଟାଗ୍ରାମ ଆକାଉଂଟରେ ହ୍ୱିତିକ କିଛି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ନିଜ ଖୁସି ଜାହିର କରିଛନ୍ତି ହ୍ୱିତିକ । ଏହା ସହ ଫିଲ୍ମକୁ ନେଇ ଥିବା ତାଙ୍କର ଅଭିଜ୍ଞତା ସେ ତାଙ୍କ ଫ୍ୟାନ୍ସ ମାନଙ୍କ ପାଖରେ ଶେୟାର କରିଛନ୍ତି ।
କହିରଖୁଛୁ ଯେ, ଫିଲ୍ମ ‘କ୍ରିସ-୩’ ୩୧ ଅକ୍ଟୋବର ୨୦୧୩ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ହ୍ରିତିକ ସୁପରହିରୋ ଭୂମିକାରେ ନଜର ଆସିଥିଲେ । ତାଙ୍କ ବିପକ୍ଷରେ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା । ଏହି ସିରିଜର ପ୍ରଥମ ଫିଲ୍ମ ୨୦୦୬ରେ ରିଲିଜ ହୋଇଥିଲା । ଯାହା ପିଲାମାନଙ୍କୁ ଖୁବ ପସନ୍ଦ ଆସିଥିଲା ।
ଦେଖନ୍ତୁ ଭିଡିଓ-