Only for Entertainment

ସୁପର ୩୦’ର ଟ୍ରେଲର ଦେଖି ଖୁସିରେ ଝୁମି ଉଠିଲେ ପ୍ରକୃତ ଆନନ୍ଦଙ୍କ ପରିବାର ।

aajtak
19

ନିକଟରେ ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମ ‘ସୁପର ୩୦’ ରିଲିଜ ହୋଇଛି । ଏହା ଏକ ବାସ୍ତବ କାହାଣୀ ଉପରେ ଆଧାରିତ । ହ୍ରିତିକ ରୋଶନ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମର ଟ୍ରେଲରକୁ ଦେଖି ହ୍ରିତିକଙ୍କ ଅଭିନୟକୁ ପସନ୍ଦ କରାଯାଉଛି । ଏବେ ଏକ ଇଂଟରଭ୍ୟୁରେ ଆନନ୍ଦ ଏକ କଥାର ଖୁଲାସା କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଫିଲ୍ମର ଟ୍ରେଲର ଦେଖିବା ପରେ ତାଙ୍କ ଝିଅ ଖୁବ ଖୁସି ହୋଇଗଲା ।

ଫିଲ୍ମର ଟ୍ରେଲର ଦେଖି ଆନନ୍ଦଙ୍କ ମା କାନ୍ଦି ପକାଇଲେ । ତାଙ୍କ ଭାଇ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତାଙ୍କ ୨ ବର୍ଷର ଝିଅ ପାପା ପାପା କହି ଉଠିଲେ ।

ଆନନ୍ଦଙ୍କୁ ଯେତେବେଳେ ଜଣାଗଲାଯେ ତାଙ୍କ ଚରିତ୍ରରେ ହ୍ରିତିକ କାମ କରୁଛନ୍ତି ଲୋକ ହସିବାକୁ ଲାଗିଲେ । ଲୋକ କହୁଥିଲେ ଅନ୍ୟ କୌଣସି ଆକ୍ଟରଙ୍କୁ ଚୟନ କରିବା ଉଚିତ । କିନ୍ତୁ ହ୍ରିତିକ ଆସି ଘଂଟା ଘଂଟା ଧରି ତାଙ୍କ ନିକଟରେ ବସି କଥା ହେଲେ ଏବଂ ଏହା ତାଙ୍କୁ କରିବାକୁ ସାମାନ୍ୟ କଷ୍ଟ ହେବ ବୋଲି ମଧ୍ୟ କହିଲେ । ତେବେ ସେ ଯାହା ହେଉ ହ୍ରିତିକଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି । ଫିଲ୍ମ ୧୨ ଜୁଲାଇକୁ ସିନେମା ଘରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More