Only for Entertainment

‘ସୁପର ୩୦’ର ମେକିଂ ଭିଡିଓ ସେୟାର କଲେ ହ୍ରିତିକ ରୋଶନ, ବିହାରୀ ଚରିତ୍ର ପାଇଁ ଏପରି କରିଥିଲେ ପ୍ରସ୍ତୁତି

latestly
52

ବଲିଉଡ ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନଙ୍କ ଫିଲ୍ମ ସୁପର ୩୦ ଏବେ ବକ୍ସ ଅଫିସରେ ଚହଳ ପକାଇଛି । ଫିଲ୍ମର ସଫଳତାକୁ ନେଇ ହ୍ରିତିକ ଖୁସି ଥିବା ବେଳେ ଫିଲ୍ମର ସୁଟିଂ ସମୟ ମଜାଦାର ଅନୁଭୂତିକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ହ୍ରିତିକ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ମେକିଂ ଭିଡିଓ ସେୟାର କରିଛନ୍ତି ।

ହ୍ରିତିକ ଏହି ଭିଡିଓ ଜରିଆରେ ଫିଲ୍ମ ସୁଟିଂର ଅନୁଭୂତିକୁ ଫ୍ୟାନଙ୍କ ସହିତ ସେୟାର କରିଛନ୍ତି । ସବୁଠାରୁ ମଜା କଥା ହେଉଛି ଏହି ଭିଡିଓର ଆରମ୍ଭ ଭୋଜପୁରୀର ଗୀତ ‘ଲଗାବେଲୁ ଜବ ଲିପିଷ୍ଟିକ’ରୁ ହୋଇଛି ।

 

 

View this post on Instagram

 

. . मार दिया छलाँग !! ? . . #biharimode #super30

A post shared by Hrithik Roshan (@hrithikroshan) on

ହ୍ରିତିକ କିପରି ବିହାରୀ ଚରିତ୍ର ପାଇଁ ପ୍ରସ୍ତୁତ ହୋଉଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ଆନନ୍ଦ କୁମାରଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ହ୍ରିତିକ ଭୋଜପୁରୀ ଭାଷାର ଟ୍ରେନିଂ ନେଉଥିବା ନଜର ଆସିଛି ।

ଫିଲ୍ମରେ ହ୍ରିତିକଙ୍କ ଦେଶୀ ଅନ୍ଦାଜକୁ ଲୋକ ଖୁବ ପସନ୍ଦ କରିଛନ୍ତି । ଫିଲ୍ମ ବକ୍ସ ଅଫିସରେ ଖୁବ ଭଲ ବ୍ୟବସାୟ କରୁଛି । ଆଗକୁ ଫିଲ୍ମର କଲେକ୍ସନ ବଢିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More