Only for Entertainment

ରିଲିଜ ହେଲା ‘ସୁପର୩୦’ର ଦ୍ୱିତୀୟ ଗୀତ ‘ପୈସା’, ଦେଖିବାକୁ ମିଳିଲା ବେରଙ୍ଗ ଦୁନିଆର ରଙ୍ଗୀନ କାହାଣୀ !

28

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ ସୁପର୩୦ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ନିକଟରେ ଫିଲ୍ମର ଦ୍ୱିତୀୟ ଗୀତ ‘ପୈସା’ ରିଲିଜ ହୋଇଛି । ଏହି ଗୀତରେ ଦେଖିବାକୁ ମିଳିଛି ଯେ ଟଙ୍କା ବଳରେ ମଣିଶକୁ କିଭଳି ଆକୃଷ୍ଟ କରାଯାଇପାରେ ।

ଗୀତରେ ହ୍ରିତିକ ହାତରେ ଏକ ମଦ ବୋତଲ ଧରି ଡାନ୍ସ କରୁଥିବାର ନଜର ଆସିଛନ୍ତି । ଅଭିନୟରେ ବୁଡି ରହିଥିବା ହ୍ରିତିକ ବିଲକୁଲ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । କିଛି ମିନିଟ ପୂର୍ବରୁ ରିଲିଜ ହୋଇଥିବା ଗୀତକୁ ଲଗାତାର ଲାଇକ ମିଳିବାକୁ ଲାଗିଛି ।

ଏହି ଗୀତରେ ବିଶାଲ ଦଦାଲାନୀ ଗାଇଛନ୍ତି ଏବଂ ଏହାସହ ମ୍ୟୁଜିକ ଦେଇଛନ୍ତି ଅଜୟ ଅତୁଲ । ସେହିଭଳି ଏହି ଗୀତର ଲିରିକ୍ସ ଅମିିତାଭ ଭଟ୍ଟାଚାର୍ଯ୍ୟ ପ୍ରସ୍ତୁତ କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହା ପୂର୍ବରୁ ରୋମାଂଟିକ ଗୀତ ‘ଜୁଗରଫିୟା’ ରିଲିଜ ହୋଇଥିଲା । ଏହି ଗୀତରେ ହ୍ରିତିକ ଏବଂ ମୃଣାଳଙ୍କ ମଧ୍ୟରେ ରୋମାନ୍ସ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More