Only for Entertainment

କେନ୍ଦ୍ରମନ୍ତ୍ରୀଙ୍କ ଚ୍ୟାଲେଂଜକୁ ଗ୍ରହଣ କରି ଫସିଲେ ହ୍ରିତିକ ରୋଶନ,ପୋଲିସରେ ଏତଲା ରୁଜୁ ।

bollywood tadka
0 81

ଖେଳମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ଫିଟନେସ ପ୍ରତି ଦେଶବାସୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମଙ୍ଗଳବାର ଦିନ ଟ୍ୱିଟରରେ ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ସେ ନିଜେ ପୁସ ଅପ୍ସ କରିଥିଲେ । ସେ ଏହି ଭିଡିଓ ସେୟାର କରି ହ୍ରିତିକ ରୋଶନ,ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଏବଂ ଟେନିସ ଖେଳାଳୀ ସାଇନା ନେହବାଲଙ୍କୁ ଫିଟନେସ ଚ୍ୟାଲେଂଜ ଦେଇଥିଲେ ।

ବିରାଟ ଏହି ଚ୍ୟାଲେଂଜକୁ ଗ୍ରହଣ କରି ସେ ମଧ୍ୟ ଫିଟନେସର ଭିଡିଓ ସେୟାର କରିଥିଲେ । ଏବେ ହ୍ରିତିକ ରୋଶନ ମଧ୍ୟ ଭିଡିଓ ସେୟାର କରିଛନ୍ତି । କିନ୍ତୁ ଏହି ଭିଡ଼ିଓ ଯୋଗୁଁ ସେ ସମସ୍ୟାରେ ପଡ଼ି ଯାଇଛନ୍ତି । ବାସ୍ତବରେ ହ୍ରିତିକ ସଡ଼କ ମଧ୍ୟରେ ଫିଟନେସ ମନ୍ତ୍ର ଦେଉଥିବାର ନଜର ଆସିଛନ୍ତି । ଯେଉଁଥିରେ ଜଣେ ୟୁଜର ମୁମ୍ବାଇ ପୋଲିସକୁ ଟ୍ୟାଗ କରି ପଚାରିଛନ୍ତିଯେ ଏବେ ମୁମ୍ବାଇ ପୋଲିସ ଏହା ଉପରେ କ’ଣ କରିବେ?ଏହାପରେ ମୁମ୍ବାଇ ପୋଲିସ ୟୁଜରକୁ ଟ୍ୱିଟରରେ ପ୍ରତ୍ୟୁତ୍ତର ଦେଇ ଲୋକେସନ ଡିଟେଲସ ମାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More