Only for Entertainment

ଦୁଇ ପୁଅଙ୍କ ସହିତ ହଲିଡେ’ରେ ହ୍ରିତିକ ରୋଶନ, ସେୟାର କଲେ ଦୁଃସାହାସିକ ଭିଡିଓ ।

Condé Nast Traveller India
0 41

ହ୍ରିତିକ ରୋଶନ ଏବେ ତାଙ୍କର ଦୁଇ ପୁଅ ରେହାନ ଏବଂ ରିଦାନଙ୍କ ସହିତ ଛୁଟି କଟାଉଛନ୍ତି । ହ୍ରିତିକ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱଜରଲ୍ୟାଣ୍ଡ ଏବଂ ଇଟାଲୀର କିଛି ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି । ଗୋଟିଏ ଭିଡିଓରେ ହ୍ରିତିକ ଦୁଇ ପୁଅଙ୍କ ସହିତ ପାହାଡ ଚଢୁଥିବାର ନଜର ଆସିଛନ୍ତି ।

 

ହ୍ରିତିକ କିଛି ସମୟ ପୂର୍ବର ଫିଲ୍ମ ‘ସୁପର ୩୦’ର ସୁଟିଂରେ ବ୍ୟସ୍ତ ଥିଲେ । ଏହି ଫିଲ୍ମ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ । ଫିଲ୍ମର ସିଡ୍ୟୁଲ ପୁରା କରିବା ପରେ ସେ ଦୁଇ ପୁଅଙ୍କ ସହିତ ହଲିଡେ ପାଇଁ ଯାଇଛନ୍ତି । କିନ୍ତୁ ଏହି ଟ୍ରିପରେ ସୁଜେନଙ୍କୁ ଖାନଙ୍କୁ ମିଳିନାହିଁ ।

ବିବାଦ ବିଚ୍ଛେଦ ପରେ ମଧ୍ୟ ହ୍ରିତିକ ଏବଂ ସୁଜେନଙ୍କୁ ଦୁଇ ପୁଅଙ୍କ ପାଇଁ ଟ୍ରିପ, ହଲିଡେ, ପାର୍ଟି ଏବଂ ମୁଭିରେ ଏକାଠି ଦେଖିବାକୁ ମିଳେ । ଅନେକ ବର୍ଷ ଆଫେୟରରେ ରହିବା ପରେ ଦୁହେଁ ୨୦୦୦ ମସିହାରେ ବିବାହ କରିଥିଲେ କିନ୍ତୁ ୨୦୧୪ ରେ ଦୁହେଁ ଅଲଗା ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More