Only for Entertainment

ବିିହାରରେ ଟ୍ୟାକ୍ସ ଫ୍ରି ହେଲା ହ୍ରିତିକ ରୋଶନଙ୍କ ‘ସୁପର ୩୦’ ।

aajtak
35

ପ୍ରଥମ ୱିକେଣ୍ଡରେ ୫୦ କୋଟି ଟଙ୍କାର ବିଜନେସ କରି ସାରିଛି ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମ ‘ସୁପର ୩୦’ । ଖବର ଅନୁସାରେ ଏହି ଫିଲ୍ମକୁ ବିହାର ସରକାର ଟ୍ୟାକ୍ସ ଫ୍ରି କରି ଦେଇଛନ୍ତି । ସରଳ ଭାଷାରେ ଏହାର ଅର୍ଥ ହେଉଛି ବିହାରର ଲୋକ ଏବେ ଏହି ଫିଲ୍ମକୁ ଶସ୍ତାରେ ଫିଲ୍ମ ଘରେ ଦେଖି ପାରିବେ । ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ଏହି ବିଷୟରେ ସୂଚନା ଦେଇଛନ୍ତି । ଏହି ଫିଲ୍ମ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ।

ଫିଲ୍ମରେ ହ୍ରିତିକ ରୋଶନଙ୍କ ବ୍ୟତୀତ ମୃଣାଳ ଠାକୁର ଏବଂ ପଙ୍କଜ ତ୍ରିପାଠୀ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମର କାହାଣୀ ଏଭଳି ଏକ ଶିକ୍ଷକର ଯିଏ ଧନୀ ପିଲାଙ୍କୁ ପଢାଇବାର କାମ ଛାଡ଼ି ଗରୀବ ପିଲାମାନଙ୍କ ପଢାନ୍ତି ଯେଉଁ ମାନଙ୍କର ଆର୍ଥିକ ପରିସ୍ଥିତି ଖୁବ ଦୁର୍ବଳ ଥାଏ । ହ୍ରିତିକ ରୋଶନ ଆନନ୍ଦ କୁମାରଙ୍କ ଚରିତ୍ରରେ ନଜର ଆସିଛନ୍ତି ଯାହାଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଉଛି ।

ପ୍ରଥମ ଦିନରେ ଫିଲ୍ମ ୧୧ କୋଟି ୮୩ ଲକ୍ଷ ଟଙ୍କା ରୋଜଗାର କରିଛି ଏବଂ ଦ୍ୱିତୀୟ ଦିନରେ ୧୮ କୋଟି ୧୯ ଲକ୍ଷ ରୋଜଗାର କରିଛି । ଏବେ ଦେଖିବାକୁ ପଡ଼ିବ ଫିଲ୍ମ ସପ୍ତାହ ମଧ୍ୟରେ ୧୦୦ କୋଟି ଛୁଇଁ ପାରୁଛି ନା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More