ଏହି କଳାକାରଙ୍କ ମୃତ୍ୟୁରେ ଧୈର୍ଯ୍ୟହରା ହୋଇ କାନ୍ଦିଥିଲେ ସଲମାନ ।
ଏହି କଳାକାରଙ୍କ ଫଟୋ ଦେଖି ଆପଣ ନିହାତି ଭାବରେ ଚିହ୍ନି ପାରୁଥିବେ । କିନ୍ତୁ ନାମ ଖୁବ କମ ଲୋକ ଜାଣିଥିବେ ।ମେନେ ପ୍ୟାର କିୟା,ହମ ଆପକେ ହୈ କୌନ ଧୁମ ଧଡ଼ାକା ଭଳି ଫିଲ୍ମରେ ସେ ଜବରଦସ୍ତ କମେଡ଼ି କରି ସମସ୍ତଙ୍କ ମନ କିଣି ପାରିଥିଲେ ଏବଂ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ ଦର୍ଶକଙ୍କ ହୃଦୟରେ । ତାଙ୍କ ନାମ ହେଉଛି ଲକ୍ଷ୍ମୀକାନ୍ତ ବର୍ଡ଼େ । ଏହି କମେଡ଼ି ଆକ୍ଟର ଏବେ ଦୁନିଆରେ ନାହାଁନ୍ତି ।୧୬ ଡିସେମ୍ବର ୨୦୦୪ରେ କିଡ଼ନୀ ଫେଲ୍ୟୁାରରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଅସମୟ ମୃତ୍ୟୁରେ ସଲମାନ ଧୈର୍ଯ୍ୟହରା ହୋଇ କାନ୍ଦିଥିଲେ ।
ମରାଠୀ ଫିଲ୍ମରେ ଲକ୍ଷ୍ମୀକାନ୍ତ ଖୁବ ଜଣାଶୁଣା । କିନ୍ତୁ ଯେତେବେଳେ ସେ ହିନ୍ଦୀ ସିନେମାରେ କାମ କରିବା ଆରମ୍ଭ କଲେ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି ହେଲା ।୧୯୮୯ରେ ମେନେ ପ୍ୟାର କିୟାରେ ଡେବ୍ୟୁ କରିଥିଲେ । ସାଇଡ ରୋଲ ହେଲେ ମଧ୍ୟ ଫିଲ୍ମରେ ତାଙ୍କ ରୋଲ ଖୁବ ଦମଦାର ଥାଏ ।