Only for Entertainment

କାହାଣୀ ନା କାଳଜୟୀ ଉପନ୍ୟାସ? ଛାତି ଥରାଇ ଦେଉଛି ଟ୍ରେଲର, ଶବ୍ଦ ସହିତ ଚିତ୍ରିତ ଚରିତ୍ରରେ ଚିରଞ୍ଜୀବଙ୍କ ଦମଦାର ଅଭିନୟ, ଦେଖନ୍ତୁ ଭିଡ଼ିଓ

the lallontop
208

ସାଉଥର ମେଗାଷ୍ଟାର ଚିରଞ୍ଜୀବ ତାଙ୍କ ଡ୍ରିମ ପ୍ରୋଜେକ୍ଟ ନେଇ ଆସୁଛନ୍ତି । ତାଙ୍କର ଏହି ଫିଲ୍ମର ନାମ ହେଉଛି ‘ସାୟ ରା ନରସିହ୍ମା ରେଡ଼ି’ । ଆନ୍ଧ୍ରପ୍ରଦଶର ସ୍ୱାଧୀନତା ସଂଗ୍ରାମୀ ଯେଉଁମାନେ ପ୍ରଥମ ଯୁଦ୍ଧ ଲଢିଥିଲେ । ଏହା ସେହି ମାନଙ୍କ ଜୀବନୀ ଉପରେ ଆଧାରିତ । ଜିରଞ୍ଜୀବ ତାଙ୍କର ବିଭିନ୍ନ ଇଂଟରଭ୍ୟୁରେ ଏକ କଥା କହି ସାରିଛନ୍ତିଯେ ଦୀର୍ଘ ଦିନ ଧରି ସେ ଏହା ଉପରେ କାମ କରିବାକୁ ଚାହୁଁଥିଲେ । ଫିଲ୍ମର ଟ୍ରେଲର ଦେଖିବା ପରେ ଲାଗୁଛି ଫିଲ୍ମ ବିଳମ୍ବରେ ଆସିଲା କିନ୍ତୁ ଦମଦାର ଲୁକ ସହିତ । ଆମ ମସ୍ତିଷ୍କରେ ବାହୁବଳୀର ଯେଉଁ ଚରିତ୍ର ବସିଯାଇଛି, ଆମ ତାହା ଠାରୁ ଆଗକୁ ଯାଇପାରୁ ନାହୁଁ । କିନ୍ତୁ ଏହାର ଟ୍ରେଲର ଦେଖିବା ପରେ ବୋଧହୁଏ ସମସ୍ତଙ୍କର ଏହି ଭ୍ରମ ଦୂର ହୋଇଯିବ । ଫିଲ୍ମର ଟ୍ରେଲର ଦେଖି ଛାତି ଥରି ଉଠୁଛି । ଏହାର ଶବ୍ଦ ସମ୍ଭାରରେ ମସ୍ତିଷ୍କ ଗୋଟିଏ ସ୍ଥାନରେ ବାନ୍ଧି ହୋଇ ଯାଉଛି ଏବଂ ଆନମନା ପାଦ ସବୁ ବେଡ଼ି ମଧ୍ୟରେ ବନ୍ଧା ପଡ଼ି ଯାଉଛି । ଦୃଶ୍ୟ ଉପରୁ ନଜର ହଟୁନାହିଁ । କିଛି ଏହିଭଳି ହୋଇଛି ଫିଲ୍ମର ଟ୍ରେଲର । ଆପଣ ମଧ୍ୟ ଟ୍ରେଲର ଦେଖି କିଭଳି ଲାଗିଲା କମେଂଟ ବକ୍ସରେ ଜଣାନ୍ତୁ ।

ଫିଲ୍ମରେ ଚିରଞ୍ଜୀବଙ୍କ ବିପକ୍ଷରେ ନଜର ଆସିବେ ସୁନ୍ଦର ନାୟିକା ନୈନତାରା । ତେବେ ଦୁଇଜଣଙ୍କ କେମେଷ୍ଟ୍ରି ପରଦାରେ ଖୁବ ସୁନ୍ଦର ଭାବରେ ଚିତ୍ରିତ ହୋଇଛି ।କେବଳ ନୈନତାରା ନୁହଁନ୍ତି ବରଂ ସବୁଠାରୁ ଆନନ୍ଦ ଦାୟକ କଥା ହେଉଛି ଫିଲ୍ମରେ ବିଗ ବି ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More