Only for Entertainment

ଜାତି ଲୁଚାଇ ବିବାହ କରିବାରୁ ସ୍ୱାମୀଙ୍କ ନାମରେ ଏତଲା ଦେଲେ ପତ୍ନୀ ।

ReddyAndReddy
26

ଗୁଜୁରାଟର ମେହସାଣାରେ ଜଣେ ୨୩ବର୍ଷିୟା ମହିଳା ନିଜ ସ୍ୱାମୀଙ୍କ ନାମରେ ଥାନାରେ ଦେଇଛନ୍ତି ଏତଲା । ମହିଳାଙ୍କ ଅଭିଯୋଗ ହେଉଛି ଯେ ବିବାହ ପୂର୍ବରୁ ସ୍ୱାମୀ ତାଙ୍କ ଜାତିକୁ ଲୁଚାଇଥିଲେ ଓ ନିଜକୁ ବ୍ରାହ୍ମଣ ବୋଲି କହିଥିଲେ । ମହିଳା ଜଣଙ୍କ ଏହି ଘଟଣାକୁ ନେଇ ଏକ ଅପରାଧିକ ମାମଲା ରୁଜୁ କରିଛନ୍ତି ।

ଅଭିଯୋଗ ଅନୁଯାୟୀ ଗତ ଏପ୍ରିଲ ୨୩ରେ ଏକତା ପଟେଲଙ୍କର ବିବାହ ହୋଇଥିଲା । ସେ ଯାହାକୁ ବିବାହ କରିଥିଲେ ସେ ନିଜକୁ ବ୍ରାହ୍ମଣ ଜାତିର ବୋଲି କହିଥିଲେ । ହେଲେ ବିବାହ ରେଜିଷ୍ଟ୍ରେସନ ସମୟରେ ଜଣାପଡିଥିଲା ଯେ ସ୍ୱାମୀଙ୍କ ସରନେମ ବ୍ରାହ୍ମଣ ନୁହଁ ବରଂ ଖମାର ଥିଲା । ସେ କହିଛନ୍ତି ଯେ, ମୁଁ ଏକ ଗ୍ୟାସ ଏଜେନ୍ସୀରେ ଚାକିରି ପାଇଁ ଆବେଦନ କରିଥିଲି । ଏହି ଫାର୍ମର ମାଲିକ ଥିଲେ ଜ୍ୟୋତ୍ସ୍ନା ମେହେଟା । ନିଯୁକ୍ତି ପାଇବା ପରେ ମୁଁ ଜ୍ୟୋତ୍ସ୍ନାଙ୍କ ପୁଅ ସହ ସମ୍ପର୍କରେ ଆସିଥିଲି । ସେ ମୋତେ ବ୍ରାହ୍ମଣ ବୋଲି କହିଥିଲେ ।

ଏହାପରେ ଆମେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲୁ । ତେବେ ସେ ମୋତେ ନିଜ ଜାତିକୁ ଲୁଚାଇ ମିଛ କହିବା, ଭରଷା ଭାଙ୍ଗିଥିବାରୁ ତାଙ୍କ ସହ ମୁଁ ରହିପାରିବି ନାହିଁ ବୋଲି ନିଷ୍ପତି ନେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More