Only for Entertainment

ଯେତେବେଳେ ଟ୍ରକ ଉପରେ ପଡିଲା ପାହାଡ, କ୍ୟାମେରାରେ କଏଦ ହେଲା ପୂରା ଘଟଣା, ଦେଖନ୍ତୁ !

257

ଦେଶର ଅନେକ ଭାଗରେ ଲଗାତାର ବର୍ଷା ହେବାରେ ଲାଗିଛି । ଖାସକରି ପାହାଡ ଉପରେ ଯେଉଁଠି ବର୍ଷା କାରଣରୁ ଭୂସ୍ଖଳନ ହୋଇଥାଏ । ସିକ୍କିମର ରେଶିଖୋଲାର ନୟାବଜାର ଲେଗଶିପ ରୋଡରେ ବଡ ଦୁର୍ଘଟଣା ହେବାରୁ ବର୍ତ୍ତି ଯାଇଛି । ଏଠାରେ ଲଗାଣ ବର୍ଷା କାରଣରୁ ପାହାଡିଆ ରାସ୍ତାରେ ଫସିଥିବା ଟ୍ରକ ଉପରେ ଏକ ପାହାଡର ଭାଗ ଗଳିପଡିବା ଦେଖି ଲୋକ ଅବାକ ହୋଇଗଲେ । ବୋଲ୍ଡର (ପାହାଡର ଭାଗ) ଏବଂ ଟ୍ରକ ଦୁଇଟି ଯାକ ଘାଈରେ ଗଳି ପଡିଛି ।

ମାତ୍ର ଏହି ଅଘଟଣରେ କେହି ଆଘାତ ହୋଇଛନ୍ତି ବୋଲି ସୂଚନା ମିଳିନାହିଁ । କିନ୍ତୁ ରାସ୍ତାରେ ଭିଡ ଲାଗିରହିଛି । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଦେଶର ଅନେକ ଭାଗରେ ଲଗାଣ ବର୍ଷା ଚିନ୍ତାର କାରଣ ପାଲଟି ଗଲାଣି । ରବିବାର ଜମ୍ମୁ-କାଶ୍ମୀରରେ ବର୍ଷା ପାଇଁ ଅମରନାଥ ଯାତ୍ରାକୁ ପ୍ରଶାସନ ପକ୍ଷରୁ ସ୍ଥଗିତ ରଖା ଯାଇଛି ।

ହାରାହାରି ୩୦୦କିମି ଲମ୍ବା ଜମ୍ମୁ-ଶ୍ରୀନଗର ରାଜମାର୍ଗରେ କାଲି ଠାରୁ ଅଟକି ଅଟକି ବର୍ଷା ହେବାରେ ଲାଗିଛି । ବାଲଟାଲ ଏବଂ ପହଲଗାମ ରାସ୍ତାରେ ମଧ୍ୟ ଅଳ୍ପ ଅଳ୍ପ ବର୍ଷା ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More