Only for Entertainment

ରିଲିଜ ହେଲା ସାଙ୍ଗ ମାନଙ୍କ କାହାଣୀକୁ ନେଇ ଆଗାମୀ ଫିଲ୍ମ ହମ୍ ଚାର’ର ପ୍ରଥମ ଗୀତ ‘ତୁମ ଏସି କ୍ୟୁଁ ହୋ’ !

29

ରାଜଶ୍ରୀ ପ୍ରଡକ୍ସନରେ ଆଗରୁ ଦେଖିବାକୁ ମିଳିଛି ଅନେକ ପାରିବାରିକ କାହାଣୀ । ହମ୍ ଆପକେ ହୈ କୌନ୍, ହମ୍ ସାଥ ସାଥ ହୈ, ବିବାହ, ମେଁ ପ୍ରେମ କି ଦିୱାନୀ ହୁଁ । ଲଭ୍ ଷ୍ଟୋରୀ ଓ ଫ୍ୟାମିଲି ଡ୍ରାମାକୁ ନେଇ ସିନେମା ଅନେକ ସିନେମା ପ୍ରସ୍ତୁତ କରିଛି ରାଜଶ୍ରୀ ପ୍ରଡକ୍ସନ୍ । ହେଲେ ଏଥର ଏକ ଭିନ୍ନ କାହାଣୀ କୁ ନେଇ ସିନେମା ପ୍ରସ୍ତୁତ କରିଛନ୍ତି ମେକର୍ ସୁରଜ ବଡଜାତିୟା । ହେଲେ ଏଥର ଫ୍ରେଣ୍ଡସିପକୁ ନେଇ ଫିଲ୍ମ ବନାଇଛନ୍ତି ରାଜଶ୍ରୀ । ଯାହାର ପ୍ରଥମ ଗୀତ ରିଲିଜ୍ ହୋଇଛି ।

ପରଦାରେ ୟାରି ଦୋସ୍ତିର କଥା । ଆଗାମୀ ବଲିଉଡ୍ ଫିଲ୍ମ ‘ହମ୍ ଚାର୍’ରେ ଦେଖିବାକୁ ମିଳିବ ଫ୍ରେଣ୍ଡସିପର କାହାଣୀ । ଯାହାର ଏକ ମନଛୁଆଁ ଗୀତ ‘ତୁମ୍ ଏସି କ୍ୟୁଁ ହୋ’ ମୁକ୍ତିଲାଭ କରିଛି । ରାଗି ଥିବା ସାଙ୍ଗକୁ ମନେଇବା ପାଇଁ ବାକି ସାଙ୍ଗମାନେ କିପରି କରନ୍ତି ମେହନତ୍ ତାହା ଦେଖିବାକୁ ମିଳିଛି ଏହି ଗୀତରେ । ୪ ଜଣ ସାଙ୍ଗକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ଆଉ ଏହି ଗୀତରେ ଦେଖିବାକୁ ମିଳିଛି କିପରି ଗୋଟିଏ ସାଙ୍ଗକୁ ମନାଇବା ପାଇଁ ବାକି ତିନି ସାଙ୍ଗ ଗୀତ ଗାଇ ତାକୁ ହସାଇବାକୁ ଚେଷ୍ଟା କରୁଛନ୍ତି । ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ସମୀର୍ ଖାନଙ୍କ ଆକର୍ଷଣୀୟ ଗାୟିକି । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଟିମ୍ ସାରା । ଆଉ ଏଥିରେ ଲିରିକ୍ସର ଭାର ତୁଲାଇଛନ୍ତି ସବିର୍ ଏହମଦ୍ ।

ଚଳଚ୍ଚିତ୍ର ହମ୍ ଚାରରେ ୪ ଜଣ ସାଙ୍ଗ ଭୂମିକାରେ ଅଭିନୟ କରିଛନ୍ତି ପ୍ରୀତ୍ କମାନି, ସୀମରଣ୍ ଶର୍ମା, ଅଂଶୁମାନ୍ ମଲହୋତ୍ରା, ଏବଂ ତୁଷାର୍ ପାଣ୍ଡେ । ସୁରଜ ବଡଜାତିୟା ଏହି ସିନେମାର ପ୍ରଯୋଜନା କରିଥିବାବେଳେ, ଫିଲ୍ମର ନିର୍ଦ୍ଦେଶନା ଓ କାହାଣୀ ଦେଇଛନ୍ତି ଅଭିଶେକ ଦିକ୍ଷୀତ୍ । ୧୫ ଫେବୃୟାରୀରେ ପରଦାକୁ ଆସିବ ଏହି ଫିଲ୍ମ ହମ୍ ଚାର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More