Only for Entertainment

ଏକ ବିଜ୍ଞାପନରେ ଖୋଲିଥିଲା ହୁମ୍ମାଙ୍କ ଭାଗ୍ୟ, ଫେମସ ଡାଇରେକ୍ଟରଙ୍କ ଛାଡପତ୍ରର ଲାଗିଥିଲା ଆରୋପ !

AMARUJALA
0 39

ବଲିଉଡ ବୋଲ୍ଡ ଗାର୍ଲ ହୁମ୍ମା କୁରେସିଙ୍କର ଆଜି ୩୨ତମ ଜନ୍ମ ଦିବସ । ହୁମ୍ମା ନିଜର ଫିଲ୍ମ କ୍ୟାରିଅର ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗ୍ୟାଙ୍ଗ୍ସ ଅଫ ୱାଶେପୁର’ରୁ ଆରମ୍ଭ ହୋଇଥିଲା ଯାହା ତାଙ୍କୁ ସଫଳତାର ସିଡିରେ ପହଂଚାଇ ଦେଇଥିଲା ।

ହୁମ୍ମାଙ୍କର ହିନ୍ଦୀ ସିନେମା ଜଗତରେ ୬ବର୍ଷ ହୋଇଗଲାଣି, ଏତେ କମ ସମୟରେ ସେ ଫିଲ୍ମରେ ନିଜର ଅଭିନୟ ଦ୍ୱାରା ଖାସ ଜାଗା ବନାଇ ସାରିଲେଣି । ତେବେ ଚାଲନ୍ତୁ ତାଙ୍କ ଜନ୍ମଦିନରେ ତାଙ୍କ ସମ୍ପର୍କରେ କିଛି ଖାସ କଥା ଜାଣିବା ।

 

ଦିଲ୍ଲୀ ୟୁନିଭର୍ସିଟିର ଗାର୍ଗୀ କଲେଜରରୁ ହୁମ୍ମା ଇତିହାସରେ ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି । ଏହାସହ ସେ ଦିଲ୍ଲୀର ଥିଏଟର ଗୃପ ସହ ଜଡିତ । ଫିଲ୍ମରେ ଆସିବା ପୂର୍ବରୁ ହୁମ୍ମା ଅନେକ ବିଜ୍ଞାପନରେ ନଜର ଆସିଥିଲେ । ଏହି ବିଜ୍ଞାପନରେ ପିଅର୍ସ ସାବୁନ, ସାମସଙ୍ଗ ଏବଂ ନେରୋଲାକ ସାମିଲ ଅଟେ ।

ଗ୍ୟାଙ୍ଗ୍ ଅଫ ୱାଶେପୁର ପୂର୍ବରୁ ହୁମ୍ମା କୁରେସି ତାମିଲ ଫିଲ୍ମ ‘ବିଲା୨’ରୁ ଡେବ୍ୟୁ କରି ଥାଆନ୍ତେ । ମାତ୍ର ଫିଲ୍ମ ଡେରି ହେବା କାରଣରୁ ଏହି ଫିଲ୍ମରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ।

କୁହାଯାଏ ଯେ ସାମସଙ୍ଗ ବିଜ୍ଞାପନରେ ହୁମ୍ମାଙ୍କୁ ଦେଖି ତାଙ୍କର ଆଗାମୀ ଫିଲ୍ମ ପାଇଁ ସାଇନ କରିଥିଲେ । ଏଭଳି ଶୁଣିବାକୁ ମିଳିଥିଲା ଯେ କଳ୍କି କୋଚଲିନ ଏବଂ ଅନୁରାଗଙ୍କ ଛାଡପତ୍ରର କାରଣ ହୁମ୍ମା କୁରେସି ଥିଲେ ।

 

ଏହାପରେ ହୁମ୍ମାଙ୍କ ନାଁ ବବି ଜାସୁସ ଅଭିନେତା ଅର୍ଜୁନ ବଜବାଙ୍କ ସହ ଯୋଡି ହୋଇଥିଲା । କିନ୍ତୁ କିଛି କାରଣରୁ ଏହି ସମ୍ପର୍କ ବେଶୀ ଦିନ ଧରି ଆଗକୁ ବଢି ପାରିନଥିଲା ।

ହୁମ୍ମା ଛୋଟ ଛୋଟ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇ ଏକ ବିଶେଷ ସ୍ତାନ ହାସଲ କରି ପାରିଛନ୍ତି । ଫିଲ୍ମ ‘ସୁଜାତା’ରେ ହୁମ୍ମାଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More