Only for Entertainment

ଖୁବ ଶୀଘ୍ର ହଲିଉଡରେ ଡେବ୍ୟୁ କରିବେ ଅଭିନେତ୍ରୀ ହୁମା କ୍ୟୁରେଶୀ

DNA India
46

ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗ୍ୟାଙ୍ଗ୍ସ ଅଫ୍‍ ୱାସେପୁର’ରୁ କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ହୁମା କ୍ୟୁରେଶୀଙ୍କ ମନ ଏବେ ବଲିଉଡରେ ଲାଗୁନି । ହୁମାଙ୍କ ପ୍ରଶଂସକ ଏବେ ତାଙ୍କୁ ହଲିଉଡ୍‍ ଫିଲ୍ମରେ ଦେଖିପାରିବେ । ଆଜ୍ଞା ହଁ, ହୁମାଙ୍କୁ ଏବେ ହଲିଉଡ୍‍ରୁ ଏକ ଫିଲ୍ମ ପାଇଁ ଅଫର୍‍ ଆସିଛି । ‘ଦେଢ୍‍ ଇସ୍କିୟା’, ‘ଏକ୍‍ ଥି ଡାଏନ୍‍’ ଓ ‘କାଲା’ ପରି ଫିଲ୍ମ ଗୁଡ଼ିକରେ ଚମକ୍ରାର ଅଭିନୟ କରିଥିବା ୩୨ ବର୍ଷିୟା ହୁମାଙ୍କୁ ବର୍ତ୍ତମାନ ଜ୍ୟାକ୍‍ ସ୍ନାଇଡର୍ସଙ୍କ ଫିଲ୍ମ ‘ଆର୍ମି ଅଫ୍‍ ଦି ଡେଡ୍‍’ ପାଇଁ ସାଇନ୍‍ କରାଯାଇଛି ।

କସ୍‍ମୋପଲିଟାନ୍‍ ଇଣ୍ଡିଆକୁ ଦେଇଥିବା ଇଣ୍ଟରଭ୍ୟୁରେ ହୁମା କହିଛନ୍ତି ଯେ, ଏହି ପ୍ରୋଜେକ୍ଟ ପାଇଁ ସେ ତତ୍ପର ଅଛନ୍ତି କିନ୍ତୁ ଫିଲ୍ମଟି ବିଷୟରେ କୌଣସି ସୂଚନା ଦେଇପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ବର୍ତ୍ତମାନ ଦୀପିକା ଓ ପ୍ରିୟଙ୍କା ହଲିଓଡ୍‍ ଓ ବଲିଉଡ୍‍ ଫିଲ୍ମରେ ଠିକ୍‍ ତାଳମେଳ ରଖିପାରିଛନ୍ତି । ଏ ସମ୍ପର୍କରେ ହୁମା କହିଛନ୍ତି ଯେ, ବଲିଉଡ୍‍ ହେଉ ଅବା ହଲିଉଡ୍‍ ସେ ଦମ୍‍ଦାର କାହାଣୀ ଥିବା ଫିଲ୍ମରେ କାମ କରିବାକୁ ପସନ୍ଦ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More