Only for Entertainment

ବଢୁଥିବା କ୍ରୋଧର କାରଣ ରୋଷେଇ କକ୍ଷ !

yourkidscloset
0 55

ଯଦି ଆପଣଙ୍କ ଘରେ କଳି ପରିସ୍ଥିତି ଉପୁଜୁଛି କିମ୍ବା ପରିବାର ସଦସ୍ୟଙ୍କ ମନରେ ଛୋଟ ଛୋଟ କଥାକୁ ନେଇ ତିକ୍ତତା ଭାବ ଦେଖାଯାଉଛି ତେବେ ଆପଣଙ୍କୁ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଘରେ ଉପୁଜୁଥିବା କଳି ଏବଂ ଅଶାନ୍ତି ପାଇଁ ହୁଏତ ଆପଣଙ୍କ ରୋଷେଇ ଘର ଦାୟୀ ଅଟେ । ଯଦି ରୋଷେଇ ଘର ଭୂଲ ଦିଗରେ ନିର୍ମାଣ କରାଯାଇଥିବ ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ । ଏଥିପାଇଁ ଏହାର ପ୍ରଭାବକୁ ଦୃଷ୍ଟି ଦେବା ନିହାତି ଆବଶ୍ୟକ କିମ୍ବା ଏହାର ପ୍ରଭାବକୁ କମାଇବା ପାଇଁ କିଛି ଉପାୟ ଅବଲମ୍ବନ କରିବାକୁ ହେବ ।

ରୋଷେଇ ଘର ଏବଂ ସ୍ନାନ ଘର ଏକା ସାଙ୍ଗେ ରହିବା
ଯେଉଁ ଘରେ ରୋଷେଇ ଘର ଏବଂ ସ୍ନାନ କକ୍ଷ ପାଖାପାଖି ରହିବା ଦ୍ୱାରା ରୋଗ ଘରୁ ପାଖ ଛାଡେ ନାହିଁ । ପରିବାରରେ କେହି ନା କେହି ସବୁ ବେଳେ ରୋଗରେ ପୀଡିତ ହୋଇଥାଆନ୍ତି । ଏହି କୁପ୍ରଭାବକୁ କମ କରିବାକୁ ହେଳେ ଏକ ପାତ୍ରରେ ଲୁଣ ଭରି ସ୍ନାନ କକ୍ଷରେ ରଖନ୍ତୁ ଏବଂ ଏହାକୁ ପ୍ରତି ୧୫ଦିନରେ ଥରେ ପରିବର୍ତ୍ତନ କରାନ୍ତୁ ।

ରୋଷେଇ ଘରେ ଏପରି କରିବାଦ୍ୱାରା କ୍ରୋଧ ଉତ୍ପନ୍ନ ହୋଇଥାଏ
ଯେଉଁ ଗୃହରେ ରୋଷେଇ ଘରେ ପୂଜା କରାଯାଏ ସେହି ପରିବାରରେ କ୍ରୋଧ ଉତ୍ପନ୍ନ ହୋଇଥାଏ । ଏହାଦ୍ୱାରା ଘରେ ପରିସ୍ଥିତି ଜଟିଳ ରହିଥାଏ ।

ଏହି ଅଶୁଭ ସଙ୍କେତକୁ କରନ୍ତୁ ଦୂର
ଯଦି ରୋଷେଇ କକ୍ଷ ମୁଖ୍ୟଦ୍ୱାରର ଠିକ ସମ୍ମୁଖରେ ହୋଇଥାଏ ତେବେ ଏହା ମଝିରେ ଆପଣ ପରଦା ଟାଣନ୍ତୁ । କାରଣ ରୋଷେଇ କକ୍ଷ ସମ୍ମୁଖରେ ମୁଖ୍ୟଦ୍ୱାର ହେବା ଦ୍ୱାରା ପରିବାର ସଦସ୍ୟଙ୍କ ଉନ୍ନତିରେ ବାଧା ସୃଷ୍ଟି କରିଥାଏ ।

ରୋଷେଇ କକ୍ଷରେ ବାସ୍ତୁ ଅନୁସାରେ ରଖନ୍ତୁ ବିଶେଷ ଧ୍ୟାନ, ବଢିବ ସମୃଦ୍ଧି
ଯେଉଁ ଘରେ ସକାଳୁ ବିନା ସ୍ନାନରେ ଭୋଜନ ପ୍ରସ୍ତୁତ କରାଯାଏ ସେହି ପରିବାରର ସଦସ୍ୟଙ୍କ ମନରେ ଚିଡାପଣ ସୃଷ୍ଟି ହୋଇଥାଏ ଏବଂ ଆଳସ୍ୟ ମଧ୍ୟ ଦେଖା ଦେଇଥାଏ । ଏପରି ରୋଷେଇ କକ୍ଷରେ ନକାରାତ୍ମକ ଶକ୍ତ ବୃଦ୍ଧି ହୋଇଥାଏ । ତେଣୁ ସ୍ନାନ ପୂର୍ବରୁ ରୋଷେଇ କକ୍ଷରେ ପ୍ରବେଶ କରନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More