Only for Entertainment

ୟୁଟୁବରେ ରିଲିଜ ହେଲା ମନଛୁଆଁ ଓଡିଆ ଗୀତ ‘ଏ କେମିତି କା ସମ୍ପର୍କ’ ।

78

ୟୁଟୁବରେ ରିଲିଜ ହେଲା ମନଛୁଆଁ ଓଡିଆ ଗୀତ ‘ଏ କେମିତି କା ସମ୍ପର୍କ’ । ଆଜିକାଲିର ଯୁବ ପୀଢିଙ୍କୁ ନେଇ ପ୍ରସ୍ତୁତ ହୋଇଛି ଏହି ରୋମାଂଟିକ ଗୀତଟି । ଗୀତରେ ଏକ ହୃଦୟସ୍ପର୍ଶୀ ପ୍ରେମ କାହାଣୀକୁ ସ୍ଥାନ ଦେଇଛନ୍ତି ମେକର । ଗୀତରେ ନାୟକ, ନାୟିକା ଭାବେ ନଜର ଆସିଛନ୍ତି ଅଭିଷେକ ଓ ସୀମା । ଏହି ଗୀତରେ ଶୁଣିବାକୁ ମିଳିଛି ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଆକର୍ଷଣୀୟ ଗାୟିକୀ । ଗୀତରେ ହ୍ୟୁମାନ ସାଗରଙ୍କ ସହ ତାଳରେ ତାଳ ମିଶେଇ ଗାଇଛନତି କଣ୍ଠଶିଳ୍ପୀ ଅସୀମା ପଣ୍ଡା । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଦେବାଶିଷ ପଣ୍ଡା । ଆଉ ଗୀତର ଲିରିକ୍ସ ଦେଇଛନ୍ତି ରଂଜୀତ ଦାସ ।

ଗୀତର ସୁଟିଂ କଟକର ବିଭିନ୍ନ ସ୍ଥାନରେ କରାଯାଇଛି । ନାୟକ, ନାୟିକାଙ୍କୁ ନେଇ ଏକ ସୁ୍ଦର ପ୍ରେମ କାହାଣୀ ଦେଖିବାକୁ ମିଳିଛି ଏହି ଗୀତରେ । ସାରେଗାମା କ୍ରିଏସନ୍ ଓ ରଂଜୀତ ଦାସ ଏହି ଗୀତର ପ୍ରଯୋଜନା କରିଥିବାବେଳେ, ଏହାର ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱଜୀତ ବେହେରା । ଗୀତରେ ସ୍ଥାନ ପାଇଥିବା କାହାଣୀର ରଚନା କରିଛନ୍ତି ଅବିନାଶ ମିଶ୍ର । ୟୁଟୁବରେ ସ୍ରୋତା ଏହି ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More