Only for Entertainment

ମୁକ୍ତିଲାଭ କଲା ‘ହମେ ତୁମସେ ପ୍ୟାର୍ କିତନା’ର ଟାଇଟେଲ୍ ଟ୍ରାକ୍ , ରୋମାଂଟିକ୍ ଗୀତରେ ନାୟକ କରଣବୀର୍ ବୋହରା ଓ ପ୍ରିୟା ବାନାର୍ଜୀ !

19

ବଡ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ଛୋଟ ପରଦାର ପପୁଲାର୍ ନାୟକ କରଣ ବୀର୍ ବୋହରା । ତେବେ ତାଙ୍କ ପ୍ରଥମ ସିନେମାରେ ଜଣେ ୱାନ୍ ସାଇଡେଡ୍ ସାଇକୋ ଲଭର୍ ଭୂମିକାରେ ନଜର ଆସିବେ କରଣ । ଯାହାର ଟାଇଟେଲ୍ ରହିଛି ‘ହମେ ତୁମସେ ପ୍ୟାର୍ କିତନା’ । ଏହି ସିନେମାର ଟାଇଟେଲ୍ ଟ୍ରାକ୍ ମୁକ୍ତିଲାଭ କରିଛି ।

ପୁରୁଣା ଗୀତର ରିକ୍ରିଏସନ୍ ଶୁଣିବାକୁ ମିଳିଛି ଏଥିରେ । ଓରିଜିନାଲ୍ ଗୀତକୁ ଆର୍.ଡି ବରମନଙ୍କ କମ୍ପୋଜ୍ କରିଥିବାବେଳେ ଗୀତକୁ ଗାଇଥିଲେ ଲେଜେଣ୍ଡ୍ରି ସିଙ୍ଗର୍ କିଶୋର୍ କୁମାର୍ । ଆଉ ଏହି ନୂଆ ଭର୍ସନ୍ ଗୀତକୁ ଗାଇଛନ୍ତି ଶ୍ରେୟା ଘୋଷାଲ୍ । ଗୀତଟିକୁ ରିକ୍ରିଏଟ୍ କରିଛନ୍ତି ରାଜ୍ ଆଶୁ । ନୂଆ ଭର୍ସନ୍ ଗୀତର ଲିରିକ୍ସ ଦେଇଛନ୍ତି ଶବିର୍ ଏହମ୍ମଦ୍ । ଏହି ରୋମାଂଟିକ୍ ଗୀତରେ ନାୟକ କରଣବୀର୍ ବୋହରା ଓ ପ୍ରିୟା ବାନାର୍ଜୀଙ୍କୁ ଦେଖିବାକୁ ମିଳିଛି ।

ଏହି ଫିଲ୍ମ ଜରିଆରେ ବଲିଉଡରେ ଏଂଟ୍ରି କରିବାକୁ ଯାଉଛନ୍ତି ଅଭିନେତା କରଣବୀର୍ । ସିନେମାରେ ଅନ୍ୟ ଏକ ନାୟକ ଭୂମିକାରେ ସମୀର୍ କୋଚରଙ୍କୁ ଦେଖିବାକୁ ମିଳିବ । ମହେନ୍ଦ୍ର ବୋହରା ଓ ବେଲ୍ଭି ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଲଲିତ୍ ମୋହନ । ୨୮ ଜୁନରେ ପରଦାକୁ ଆସିବ ଚଳଚ୍ଚିତ୍ର ହମେ ତୁମସେ ପ୍ୟାର୍ କିତନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More