Only for Entertainment

ଲ‌କ୍ଷ୍ନୌରେ ଅଭାବନୀୟ ଘଟଣା, ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ାର ଭୟଙ୍କର ପରିଣତି !

22

ଏକ ଅଭାବନୀୟ ଘଟଣାକ୍ରମରେ ଆଜି ଉତ୍ତର ପ୍ରଦେଶରେ ଜଣେ ମହିଳା ନିଜ ୪ ଶିଶୁଙ୍କ ସହ ନିଜକୁ ଜାଳି ଦେଇଛନ୍ତି। ୟୁପିର ହମିରପୁର ଜିଲ୍ଲା ଅନ୍ତର୍ଗତ ଅମବାଗ ଗ୍ରାମରେ ଏହି ଘଟଣା ଘଟିଛି। ସ୍ବାମୀଙ୍କ ସହ ଝଗଡ଼ା ପରେ ମହିଳ ଜଣକ ନିଜର ୪ ଜଣ ପିଲାଙ୍କ ଗୋଡ଼ ବାନ୍ଧି ସେମାନଙ୍କ ଉପରେ କିରାସିନି ଢାଳି ଜିଅଁନ୍ତା ଜାଳି ଦେବା ସହ ନିଜକୁ ମଧ୍ୟ ଜାଳି ଦେଇଥିଲେ।

ଏଥିରେ ମହିଳାଙ୍କ ସମେତ ୩ ପିଲାଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଏବେ ଜୀବନ ସହ ସଂଘର୍ଷ କରୁଛି। ଏସ୍‌ପି ହେମରାଜ ମୀନାଙ୍କ କହିବାନୁଯାୟୀ ୨୮ ବର୍ଷୀୟା ପ୍ରେମବତୀଙ୍କର ତାଙ୍କ ସ୍ବାମୀଙ୍କ ସହ କୌଣସି କାରଣ ପାଇଁ ପାଟିତୁଣ୍ଡ ହୋଇଥିଲା। ଏହାପରେ ସେ ନିଜର ୪ ସନ୍ତାନ ସପ୍ନା, ପ୍ରଶାନ୍ତ, ସ୍ନେହା ଏବଂ ଦିବ୍ୟାଂଶଙ୍କ ହାତ ଗୋଡ଼ ବାନ୍ଧି ସେମାନଙ୍କ ଉପରେ କିରାସିନି ଢାଳି ନିଅାଁ ଲଗାଇ ଦେଇଥିଲେ। ସମସ୍ତ ପିଲାଙ୍କ ବୟସ ୧ରୁ ୭ ବର୍ଷ ମଧ୍ୟରେ। ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ୫ ବର୍ଷର ପ୍ରଶାନ୍ତ ଜୀବନ ସହ ସଂଘର୍ଷ କରୁଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More