Only for Entertainment

ଫ୍ଲାଏଓଭରରୁ ତଳକୁ ଖସିଲା କାର, ଦେଖନ୍ତୁ ସେହି ସମୟର ଛାତିଥରା ଭିଡିଓ

ANI
56

ହାଇଦ୍ରାବାଦର ରାୟଦୁର୍ଗମ ଅଂଚଳରେ ଥିବା ଏକ ଫ୍ଲାଇଓଭର ପାଖରେ ଶନିବାର ଏପରି ଏକ ଅଘଟଣ ଘଟିଛି ଯାହା ସମସ୍ତଙ୍କ ମନରେ ଛାନିଆ ଭରି ଦେଇଛି । ସୂଚନା ଅନୁସାରେ ବୟୋଡାଇଭର୍ସିଟି ଜଙ୍କସନ ପାଖରେ ଥିବା ଫ୍ଲାଏଓଭରେ ଜଣେ ଦୃତଗତିରେ କାର ଚଳାଇବା ଦ୍ୱାରା ନିୟନ୍ତ୍ରଣ ହରାଇ ତଳେ ଖସିପଡିଥିଲା । ଏହି ଦୁର୍ଘଟଣାରେ ଜମେ ବ୍ୟକିର ଜୀବନ ଚାଲିଯାଇଥିବା ବେଳେ କାର ଡ୍ରାଇଭର ସହିତ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ପାଖରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାରେ ଦୁଃଖ ବ୍ୟକ୍ତ କରି ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କରପୋରେସନର ମେୟର ମୃତ ମହିଳାଙ୍କ ପରିଜନଙ୍କୁ ପାଂଚ ଲକ୍ଷର କ୍ଷତିପୂରଣ ଦେବା ପାଇଁ ଘୋଷଣା କରିଛନ୍ତି । ଏହା ସହିତ ଆହତ ମାନଙ୍କ ଉଚିତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପରେ ବାୟୋଡାଇଭର୍ସିଟି ଜଙ୍କସନ ଫ୍ଲାଏଓଭରକୁ ତିନି ଦିନ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More