Only for Entertainment

ବସ ଚଲାଇବା ସମୟରେ ଆସିଲା ହାର୍ଟ ଆଟାକ୍, ମରିବା ପୂର୍ବରୁ ବଂଚାଇଲେ ଅନେକଙ୍କ ଜୀବନ

nabbharattimes
41

ଜଣେ ବସ ଡ୍ରାଇଭର ମରି ମଧ୍ୟ ଅନେକଙ୍କ ଜୀବନ ବଂଚାଇ ଦେଇଛନ୍ତି । ଘଟଣା ତେଲେଙ୍ଗାନାର । ଯେଉଁଠାରେ ୪୮ ବର୍ଷୀୟ ଓ ୟଦୟା ବସ ଚଲାଉଥିଲେ । ଅଚାନକ ତାଙ୍କୁ ହାର୍ଟ ଆଟାକ ଆସିଲା । ତଥାପି ଏହି ମଧ୍ୟରେ ସେ ବସ ମଧ୍ୟରେ ନିୟନ୍ତ୍ରଣ ବଜାୟ ରଖିଲେ ଏବଂ ସୁରକ୍ଷିତ ସ୍ଥାନରେ ଗାଡ଼ି ପାର୍କିଂ କଲେ । କିନ୍ତୁ ସେ ନିଜକୁ ବଂଚାଇ ପାରିଲେ ନାହିଁ ।

ବସ କଣ୍ଡକ୍ଟରଙ୍କ କହିବା ଅନୁସାରେ ମରିବା ପୂର୍ବରୁ ସେ ଅନେକଙ୍କ ଜୀବନ ବଂଚାଇ ଦେଇ ଗଲେ । କେବଳ ଯାତ୍ରୀ ମାନଙ୍କର ନୁହେଁ ବରଂ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଅନ୍ୟ ବ୍ୟକ୍ତି ମାନଙ୍କର ମଧ୍ୟ । ଯନ୍ତ୍ରଣା ପାଉଥିବା ଡ୍ରାଇଭରଙ୍କ ଚିତ୍କାର ଆମେ ଶୁଣି ପାରୁଥିଲୁ । ଏକ ଡରର ବାତାବରଣ ସୃଷ୍ଟି ହୋଇଥିଲା । କିନ୍ତୁ ସେ ବସକୁ ସେ ପର୍ଯ୍ୟନ୍ତ ରଖିଲେ ନାହିଁ ଯେପର୍ଯ୍ୟନ୍ତ ତାକୁ ଏକ ସୁରକ୍ଷିତ ସ୍ଥାନରେ ପହଂଚାଇ ନଥିଲେ । ତାଙ୍କ ଭାଇଙ୍କ କହିବା ଅନୁସାରେ ହୃଦଘାତ ଆସି ତାଙ୍କର ମୃତ୍ୟୁ ହୋଇଛି । ଯଦିଓ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା, ତଥାପି ଡାକ୍ତର ବଂଚାଇ ପାରିଲେ ନାହିଁ ।

ରିପୋର୍ଟ ଅନୁସାରେ ମହାତ୍ମା ଗାନ୍ଧୀ ବସ ଷ୍ଟାଣ୍ଡରେ ଯାତ୍ରୀଙ୍କୁ ଓହ୍ଲାଇ ରାୟପୁର ପାଇଁ ଯାତ୍ରା ଆରମ୍ଭ ହୋଇଥାନ୍ତା । କିନ୍ତୁ ଯାତ୍ରୀଙ୍କୁ ବଂଚାଉ ବଂଚାଇ ନିଜ ଜୀବନ ହରାଇ ବସିଲେ ଓ ୟଦୟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More