Only for Entertainment

ଟୋଲ ବୁଥରୁ ବଂଚିବା ପାଇଁ କାର ନମ୍ବର ପ୍ଲେଟରେ ଲେଖି ଦେଲେ ମୁଖ୍ୟମନ୍ତ୍ରୀଙ୍କ ନାଁ, ଆଉ ତା’ପରେ… !

97

ଅନେକ ଲୋକ ପାର୍କିଂ ଚାର୍ଜ ଏବଂ ଟ୍ରାଫିକ ଜୋରିମାନାରୁ ବଂଚିବା ପାଇଁ ଗାଡିରେ ପୁଲିସ, ପ୍ରେସ ଏବଂ ବିଧାୟକଙ୍କ ଷ୍ଟିକର ଲଗାଇ ଦିଅନ୍ତି । କିନ୍ତୁ ହାଇଦ୍ରାବାଦର ଜଣେ ବ୍ୟକ୍ତି କିଛି ଏଭଳି କରିଛନ୍ତି, ଯାହା ପୁଲିସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି ।

ବ୍ୟକ୍ତି ଜଣକ ଟୋଲ ପଇସାରୁ ବଂଚିବା ପାଇଁ କାରର ନମ୍ବର ପ୍ଲେଟରେ ‘ଏପି ସିଏମ ଜଗନ’ ଲେଖି ଦେଇଛନ୍ତି । ସେ ଆଗରେ ଏବଂ ପଛ ନମ୍ବର ପ୍ଲେଟରେ ଏଭଳି ଲେଖିଛନ୍ତି । ୧୯ଅକ୍ଟୋବରରେ ଜେଦିମେଲ୍ଟା ଇଲାକାରେ ରୁଟିନି ଚେକିଂ ବେଳେ ଟ୍ରାଫିକ ପୁଲିସ ଏହି କାରକୁ ଦେଖିଥିଲେ ।

ଆନ୍ଧ୍ରପ୍ରଦେଶର ଗୋଦାବରୀରେ ରହୁଥିବା ଏମ ହରି ରାକେଶ କାରରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଲେଖିଥିଲେ । ସେ ପୁଲିସକୁ କହିଛନ୍ତି ଯେ ଟୋଲ ଟ୍ୟାକ୍ସ ଏବଂ ଟ୍ରାଫିକରୁ ବଂଚିବା ପାଇଁ ଏଭଳି ସେ କରିଥିଲେ । ପୁଲିସ କାରରେ କାବୁ କରିଛନ୍ତି ଏବଂ ରାକେଶ ବିରୁଦ୍ଧରେ ଧୋକାଦାରୀ ମାମଲା ଦାୟର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More