Only for Entertainment

ହ୍ୱାଟ୍ସଆପରେ ତଲାକ୍ ! ଓମାନରୁ ହ୍ୱାଟ୍ସଆପରେ ତିନି ତଲାକ ପଠାଇଲେ ୬୨ ବର୍ଷିୟ ସ୍ୱାମୀ

india times
0 21

ତିନି ତଲାକକୁ ନେଇ ଦେଶରେ ଚର୍ଚ୍ଚା ଜାରି ରହିଥିବାବେଳେ ଆନ୍ଧ୍ରପ୍ରଦେଶରୁ ଆସିଛି ପୁଣି ଏକ ତଲାକ୍ ମାମଲା । ବିଦେଶରେ ରହି ହାଇଦ୍ରାବାଦରେ ପତ୍ନୀଙ୍କୁ ହ୍ୱାଟସଆପରେ ତଲାକ ଦେଇଛନ୍ତି ସ୍ୱାମୀ । ସବୁଠାରୁ ବଡ କଥା ହେଲା, ପତ୍ନୀଙ୍କୁ ୨୯ ବର୍ଷ ହୋଇଥିବାବେଳେ ସ୍ୱାମୀଙ୍କୁ ହୋଇଛି ୬୨ ବର୍ଷ । ୨୦୧୭ ମସିହାରେ ହାଇଦ୍ରାବାଦର ଏହି ଯୁବତୀ ଓମାନର କ୍ୱାଜି ଓମାର ଖାନଙ୍କୁ ବିବାହ କରିଥିଲେ । ବିବାହ ପରେ ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହୋଇଥିଲା । ସେମାନଙ୍କ ଏକ ସନ୍ତାନ ଜନ୍ମହୋଇ ଦୁଇ ମାସ ପରେ ପ୍ରାଣ ହରାଇବା ପରେ ଯୁବତୀଙ୍କୁ ଗତ ଜୁଲାଇରେ ହାଇଦ୍ରାବାଦ ପଠାଇ ଦେଇଥିଲେ ଓମାର ।

triple talaq

ଏହା ପରେ ସେ ଏବେ ହ୍ୱାଟସଆପରେ ଯୁବତୀଙ୍କ ପାଖରୁ ୩ ତଲାକ ପଠାଇଦେଇଛନ୍ତି । ଏନେଇ ଯୁବତୀ ନ୍ୟାୟ ପାଇଁ ଗଣମାଧ୍ୟମ ଏବଂ ପୋଲିସର ସହାୟତା ନେଇଛନ୍ତି । ଏବଂ ଏହା ସହିତ ସାଇରା ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହାୟତା ଲୋଡ଼ିଛନ୍ତି।

ତେବେ ଏହା ପୂର୍ବରୁ ମଧ୍ୟ ଏଭଳି ଏକ ଘଟଣା ଘଟିସାରିଛି । ୨୦୧୭ ମସିହାରେ ହାଇଦ୍ରାବାଦରୁ ଏମବିଏ ପାଠ ପଢିଥିବା ଜଣେ ଯୁବତୀଙ୍କୁ ଯାଉଦି ଆରବର ମୁଜାସିର୍ ଏହମ୍ମଦ ଖାନ୍ ନାମକ ଜଣେ ବ୍ୟକ୍ତି ସମ ଉପାୟରେ ହ୍ୱାଟସଆପ୍ ମାଧ୍ୟମରେ ଟ୍ରିପଲ୍ ତଲାକ୍ ଦେଇଥିଲେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More