Only for Entertainment

ଐଶ୍ୱର୍ଯ୍ୟା ଏବଂ ପ୍ରିୟଙ୍କାଙ୍କ ପରେ ମିସ ୱାଲ୍ଡ ମାନୁଷୀ ଛିଲ୍ଲର କରିବେ ବଲିଉଡ ଏଣ୍ଟ୍ରୀ

ndtv
0 33

ଐଶ୍ୱର୍ଯ୍ୟା ଏବଂ ପ୍ରିୟଙ୍କାଙ୍କ ପରେ ମିସ ୱାଲ୍ଡ ମାନୁଷୀ ଛିଲ୍ଲର କରିବେ ବଲିଉଡ ଏଣ୍ଟ୍ରୀ କରିପାରନ୍ତି । ମିସ ୱାଲ୍ଡ ସହ ଜଡିତ କମିଟମେଣ୍ଟ ରେ ବ୍ୟସ୍ତ ମାନୁଷୀ ଛିଲ୍ଲର କହିଛନ୍ତି ସେ ବଲିଉଡ ପାଇଁ ଦ୍ୱାର ବନ୍ଦ କରିନାହାଁନ୍ତି । ମାନୁଷୀଙ୍କ କହିବା ଅନୁସାରେ ତାଙ୍କ ଭିତରେ ଜଣେ ଅଭିନେତ୍ରୀ ଲୁଚି ରହିଛି ।

ଗତ ବର୍ଷ ଚିନରେ ଆୟୋଜନ ହୋଇଥିବା ଏକ କାର୍ଯ୍ୟକ୍ରମରେ ମାନୁଷୀ ବିଶ୍ୱ ସୁନ୍ଦରୀର ମୁକୁଟ ପିନ୍ଧିଥିଲେ । ଏହାର ପୂର୍ବରୁ ୨୦୦୦ରେ ପ୍ରୟଙ୍କା ଏବଂ ତାର ଗୋଟିଏ ବର୍ଷ ପୂର୍ବେ ୧୯୯୯ରେ ଯୁକ୍ତା ମୁଖୀ ବିଶ୍ୱ ସୁନ୍ଦରୀର ଟାଇଟଲ ଜିତିଥିଲେ । ଏହାର ପରେ ପରେ ଦୁହେଁ ବଲିଉଡରେ ପ୍ରବେଶ କରିଥିଲେ ।

ମାନୁଷୀ କହିବା ଅନୁସାରେ, ‘ମୁଁ ନିଜ ଭିତରେ ଜଣେ ଅଭିନେତ୍ରୀକୁ ଅନୁଭବ କରିପାରୁଛି । ଏକ ଡାକ୍ତର ଏବଂ ଅଭିନେତ୍ରୀ ମଧ୍ୟରେ ସମାନତା ରହିଛି । ମୋ ପିତାଙ୍କ କହିବା ଅନୁସାରେ ଭଲ ଡାକ୍ତର ହେବା ପାଇଁ ଜଣେ ଭଲ ଅଭିନେତ୍ରୀ ହେବା ଜରୁରୀ କାରଣ ଜଣେ ଡାକ୍ତରର ଭଲ ବ୍ୟବହାର ରୋଗୀର ସ୍ୱାସ୍ଥ୍ୟକୁ ଠିକ କରିପାରେ ।’ ଏହା ସହିତ ସେ କହିଥିଲେ ଏବେ ମୋର କିଛି ଦାୟିତ୍ୱ ରହିଛି ତାହାକୁ ପୁରା କରି ସାରିବା ପରେ ବଲିଉଡ ଏଣ୍ଟ୍ରି ବିଷୟରେ ନିର୍ଣ୍ଣୟ ନେବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More