Only for Entertainment

ମୋତେ ଫିଲ୍ମରେ କାମ ମାଗିବାକୁ ଲାଜ ଲାଗେ ନାହିଁ : ସିକନ୍ଦର ଖେର

Hindustan Times
35

ଅଭିନେତା ଅନୁପମ ଖେରଙ୍କ ପୁଅ ସିକନ୍ଦର ଖେର ବର୍ତମାନ ନିଜ ଆଗାମୀ ଫିଲ୍ମ ‘ରୋମିଓ ଆକବର ୱଲଟର’ର ରିଲିଜକୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ସିକନ୍ଦରଙ୍କୁ ଏକ ପୋଲିସ ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ମୂଖ୍ୟ ଭୂମିକାରେ ଜନ ଆବ୍ରାହମ ଓ ମୋନି ରୟ ମଧ୍ୟ ଅଭିନୟ କରୁଛନ୍ତି । ଦୀର୍ଘ ଦିନ ପରେ ସିନେମା କରିବା ପ୍ରଶ୍ନରେ ସିକନ୍ଦର କହିଛନ୍ତି କି, ‘ମୋ ହାତରେ କାମ ନଥିଲା । ସେ କହିଛନ୍ତି ତାଙ୍କୁ ଫିଲ୍ମରେ କାମ ମାଗିବାକୁ ନେଇ କୌଣସି ପ୍ରକାର ଲାଜ ଲାଗେ ନାହିଁ । ଏହି ଫିଲ୍ମ ପାଇଁ ମଧ୍ୟ ସେ ପ୍ରଡ୍ୟୁସରଙ୍କ ନିକଟକୁ ଯାଇ କାମ ମାଗିଥିଲେ । କିରଣ ଓ ଅନୁପମ ଖେରଙ୍କ ପୁଅ ସିକନ୍ଦର ଖେର କହିଛନ୍ତି କି, ଏହି ଫିଲ୍ମ ମୋ ପାଖକୁ ଆସିନଥିଲା, ମୁଁ ଏହା ପାଖକୁ ଯାଇଥିଲି । ମୁଁ ଏବଂ ଫିଲ୍ମର ପ୍ରଡ୍ୟୁସର ବଂଟି ୱାଲିଆ ଫ୍ଲାଇଟରେ ଏକା ସହିତ ଯାତ୍ରା କରୁଥିଲୁ । ସେତବେଳେ ମୁଁ ତାଙ୍କୁ କାମ ମାଗିଥିଲି । କାରଣ ମୋ ପାଖରେ କିଛି କାମ ନ ଥିଲା । ସେତବେଳେ ସେ ମୋତେ ଡାଇରେକ୍ଟର ରୋବି ଗ୍ରେୱାଲଙ୍କୁ ଦେଖା କରିବାକୁ କହିଥିଲେ ।

ସିକନ୍ଦର କହିଛନ୍ତି କି, ରୋବିଙ୍କୁ ମୋର ପୁରୁଣା କାମ ପସନ୍ଦ ଥିଲା ଓ ସେଥିପାଇଁ ମୋତେ ଏହି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଗଲା । ସିକନ୍ଦର କହିଛନ୍ତି, ମୁଁ ଫିଲ୍ମ ପାଇଁ ବହୁତ ଅଡିସନ୍‍ ଦେଇଛି ଓ ମୋତେ କାମ ମାଗିବାରେ କୌଣସି ଲାଜ ଲାଗେ ନାହିଁ । ମୁଁ ଲଗାତାର ଭାବେ ଲୋକଙ୍କୁ କାମ ମାଗିଥାଏ । ଲୋକଙ୍କୁ କଲ୍‍ ମଧ୍ୟ କରିଥାଏ ଓ ମେସେଜ୍‍ ବି କରିଥାଏ ।

ମୁଁ ସେମାନଙ୍କୁ କେବଳ ୧୦ ମିନିଟର ସମୟ ମାଗିଥାଏ ଓ ୯ମିନିଟରେ ସେଠାରୁ ଚାଲିଯାଇଥାଏ । ମୁଁ ନିଜ ଲାପଟପ୍‍ ସହିତ ମିଟିଂକୁ ଯାଇଥାଏ ଓ ସେଠରେ ନିଜର ୩ ମିନିଟର କାହାଣୀ ଶୁଣାଇଥାଏ । ରୋମିଓ ଆକବର ୱାଲଟର ସିନେମାରେ ଜନ ଆବ୍ରାହମ ମୁଖ୍ୟ ଭୂମିକାରେ ଥିବା ବେଳେ ସିକନ୍ଦର ଏଥିରେ ଏକ ଯୁବ ଆଇଏସଆଇ ଅଧିକାରୀ କର୍ଣ୍ଣଲ ଖୁଦାବକ୍ସ ଖାନ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ଜ୍ୟାକି ଶ୍ରଫଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More