Only for Entertainment

‘ରେଡ’ ପରେ ଅଜୟ ଦେବଗନ ଏହି ଫିଲ୍ମରେ ଅଭିନୟ କରିବେ !

hindustan times
0 63

ବିଗତ ୧୬ଅପ୍ରେଲରେ ହିଁ ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରେଡ’ରିଲିଜ ହୋଇଥିଲା । ରିଲିଜ ହେବା ପରେ ସିନେମା ଘରେ ଧୁମ ମଚାଇଛି । ଏବେ ପର୍ଯ୍ୟନ୍ତ ଏହି ଫିଲ୍ମ ୬୬.୬୦କୋଟିର ବ୍ୟବସାୟ କରିସାରିଲେଣି । ଏବେ ସମସ୍ତେ ଜାଣିବା ପାଇଁ ଉତ୍ସୁକ ଯେ ଆଗକୁ ଅଜୟ କିଭଳି ଫିଲ୍ମରେ ଅଭିନୟ କରିବାକୁ ଚାହୁଁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ନିର୍ଦ୍ଧେଶକ-ଅଭିନେତା ଅଜୟଙ୍କୁ ଯେଉଁ ଫିଲ୍ମ ପସନ୍ଦ ଆସେ ସେହି ଫିଲ୍ମରେ ଅଭିନୟ କରନ୍ତି ବୋଲି କହିଛନ୍ତି ।
ଅଜୟ ଫିଲ୍ମ ‘ଆପଲା ମାନୁଷ’ସହ ମରାଠୀ ସିନେମାରେ ପାଦ ଦେଇଛନ୍ତି । ଏହା ଫେବୃଆରୀରେ ରିଲିଜ ହୋଇଥିଲା ।

ଅଜୟଙ୍କୁ ଫିଲ୍ମ ସମ୍ବନ୍ଧରେ କହିଲା ପରେ ସେ ଅ୍ଧମ ମଧ୍ୟ ମରାଠୀ ଫିଲ୍ମରେ କାମ କରିବାକୁ ଚାହାନ୍ତି ବୋଲି କହିଛନ୍ତି । ଅଜୟଙ୍କୁ ଯେଉଁ ଫିଲ୍ମର କାହାଣୀ ପସନ୍ଦ ଆସେ ସେ ସେହି ଫିଲ୍ମରେ ଅଭିନୟ କରିବାକୁ ପସନ୍ଦ କରନ୍ତି ବୋଲି ମଧ୍ୟ କହିଛନ୍ତି ।

ଏହି ଅଭିନେତା ବର୍ତ୍ତମାନ ଆଗାମର ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ ଯୋଦ୍ଧା’ ପାଇଁ ପ୍ରସ୍ତୁତି କରୁଛନ୍ତି । ଏହି ଫିଲ୍ମରେ ସେ ଶିବାଜୀଙ୍କ ସୈନ୍ୟ ନେତା ତାନାଜୀ ମାଲୁସରେଙ୍କ ଶୀର୍ଷକ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଏବଂ ଅଗଷ୍ଟ ମାସରୁ ଏହାର ସୁଟିଂ ଆରମ୍ଭ ହୋଇଯିବ ବୋଲି ଅଜୟ ଏକ ସାକ୍ଷାତକାରରେ କହିଛନ୍ତି ।

ଏହାପରେ ଅଜୟ ଏକ ରୋମାଂଟିକ ଫିଲ୍ମରେ ମଧ୍ୟ ଦେଖାଦେବେ । ଯେଉଁଥିରେ ରାକୁଲ ପ୍ରୀତ ସିଂ ଏବଂ ତବୁ  ମଧ୍ୟ ଅଭିନୟ କରିବେ । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ନା’ ଚୟନ କରାଯାଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More