Only for Entertainment

ରିଲେସନସିପରୁ ଜଣା ପଡ଼ିଥିଲା ଦୀପିକା ହିଁ ହେବେ ମୋ ଛୁଆର ମା: ରଣବୀର ।

instagram
39

ଦୀପିକା ଏବଂ ରଣବୀରଙ୍କ ବିବାହ ୧୪ ଏବଂ ନଭେମ୍ବରକୁ ଦୁଇଟି ରୀତିନୀତିରେ ଶେଷ ହୋଇଛି ।ଏକ ନୂଆ ଜୀବନର ଅୟମାରମ୍ଭ କରିଛନ୍ତି ଦୀପବୀର ।ଦୁଇ ଜଣ ଏଥିପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି ।ରିସେପସନ ବାଙ୍ଗାଲୁର ଏବଂ ମୁମ୍ବାଇରେ ରଖାଗଲା ।ପୁଣି ଏକ ରିସେପସନ ୧ ତାରିଖକୁ ରହିଛି ।ଏହି ମଧ୍ୟରେ ରଣବୀର ଏକ ଇଂଟରଭ୍ୟୁରେ ନିଜ ଲଭ ଲାଇଫକୁ ନେଇ ଖୋଲିକରି କହିଛନ୍ତି ।ଦୀପିକାଙ୍କ ସହିତ ବିବାହକୁ ନେଇ ସେ କ’ଣ ଭାବୁଥିଲେ ଏବଂ ୱେଡିଙ୍ଗ ପାଇଁ କୋମୋ ଲେକ କ’ଣ ପାଇଁ ଚୟନ କରାଗଲା ।

ଏକ ପ୍ରଶ୍ନର ଉତ୍ତରରେ ରଣବୀର କହିଲେଯେ ପ୍ରେମ ସଂପର୍କକୁ ଆସିବାର ୬ମାସ ପରେ ମୁଁ ଜାଣି ସାରିଥିଲି ଦୀପିକା ହିଁ ଭବିଷ୍ୟତରେ ମୋ ପତ୍ନୀ ହେବେ । ଏହା ସହ ସେ ହିଁ ମୋ ପିଲାର ମା’ ହେବେ ବୋଲି ମୁଁ ଜାଣି ସାରିଥିଲି । ସେ ଏତେ ଭଲ ଏବଂ ମୋର ଏତେ ଯତ୍ନ ନିଅନ୍ତି, ଯାହାକୁ ମୁଁ ଶବ୍ଦରେ ପ୍ରକାଶ କରି ପାରିବି ନାହିଁ । ସେ କେବଳ ବାହାରୁ ନୁହେଁ ତାଙ୍କ ମନ ମଧ୍ୟ ଅତି ସୁନ୍ଦର । ଯାହା ପାଇଁ ମୁଁ ୬ମାସ ମଧ୍ୟରେ ହିଁ ଅନୁଭବ କରି ନେଇଥିଲି କି ଦୀପିକା ହିଁ ମୋର ଜୀବନସାଥୀ ହେବେ । ମୁଁ ଭଗବାନକୁ ଧନ୍ୟବାଦ ଦେବି କି ସେ ମୋତେ ଦୀପିକାଙ୍କ ଭଳି ହୀରା ଦେଇଛନ୍ତି।”

ତେବେ ଦୀପିକାଙ୍କର ଇଛା ଥିଲା ଇଟାଲୀରେ ବିବାହ କରିବାକୁ,ତେଣୁ ଆମେ ସେହି ସ୍ଥାନରେ ବିବାହ କଲୁ ବୋଲି କହିଛନ୍ତି ସିମ୍ବା ଫେମ ରଣବୀର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More