Only for Entertainment

କେବଳ ଅସଫଳତାରୁ ଶିଖିଛି ସଫଳତାରୁ ନୁହେଁ : ରଣବୀର କପୁର

Vogue India
0 44

ବଲିଉଡରେ ଅନେକ ହିଟ ଫିଲ୍ମ ଦେଇଥିବା ରଣବୀର କପୁରଙ୍କ କହିବା ଅନୁସାରେ ସେ ସଫଳତାରୁ ନୁହେଁ ବରଂ ଅସଫଳତାରୁ ଅଧିକ ଶିଖିଛନ୍ତି । ରଣବୀରଙ୍କ ପୂର୍ବ ଫିଲ୍ମ ‘ଜଗା ଜାସୁସ’ ବକ୍ସ ଅଫିସରେ ଅସଫଳ ରହିଥିଲା । ରଣବୀର କପୁର ଏବେ ନିଜର ଆଗାମୀ ଫିଲ୍ମ ‘ସଂଜୁ’କୁ ନେଇ ବେଶ ଆଶାବାଦୀ ଅଛନ୍ତି । ଏହା ସହିତ ଫିଲ୍ମ ପ୍ରମୋସନ ମଧ୍ୟ ବ୍ୟସ୍ତ ଅଛନ୍ତି ।

Ranbir-Kapoor-

ନିକଟରେ ଫିଲ୍ମର ପ୍ରମୋଶନ ପାଇଁ ରଣବୀର କପୁର ‘ଫୋକ୍ସ ଷ୍ଟାର ଅଣ୍ଡିଆ’ର ଅଧିକାରୀକ ଟ୍ୱିଟର ଆକାଉଣ୍ଟରେ ପ୍ରଶଂସକମାନଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ସମୟରେ ଜଣେ ବ୍ୟବହାରକାରୀ ପଚାରିଥିଲେ ଆପଣ ଅସଫଳତାର ସମ୍ନାକରି ସକରାତ୍ମକ କିପରି ରୁହନ୍ତି । ଏହାର ଉତ୍ତରରେ ରଣବୀର କହିଥିଲେ ‘ମୁଁ ସର୍ବଦା ଅସଫଳତାରୁ ଶିଖିଛି ସଫଳତାରୁ ନୁହେଁ ।’

rk

ଏହା ସହିତ ରଣବୀର କହିଥିଲେ ସେ ପ୍ରଥମରୁ ଫିଲ୍ମ ଦୁନିଆର ଅଂଶ ହେବାପାଇଁ ଚାହୁଁଥିଲି । ଏବଂ ଅଭିନୟରେ କ୍ୟାରିୟର ଗଢି ମୁଁ ଖୁବ ଖୁସି । କହିରଖୁଛୁ ସେ ଫିଲ୍ମ ‘ସଂଜୁ’ରେ ରଣବୀର ସଂଜୟ ଦତ୍ତଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରେ ରଣବୀର କପୁରଙ୍କ ବ୍ୟତିତ ସୋନମ କପୁର, ପରେଶ ରାୱଲ, ଅନୁଷ୍କା ଶର୍ମା, ମନିଶା କୋଇରାଲ, ଦିୟା ମିର୍ଜା, ଭିକି କୌଶଲ ପ୍ରମୁଖ ନଜର ଆସିବେ । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୯ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More