Only for Entertainment

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ଭାରତୀୟ ବାୟୁସେନା ପ୍ରସ୍ତୁତ କଲା ଭିଡିଓ ଗେମ, ୩୧ ଜୁଲାଇରେ ହେବ ଲଂଚ

dbpost
49

ୱିଙ୍ଗ୍‍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ବୀରତାର କାହାଣୀ ଏବେ ଭିଡ଼ିଓ ଗେମ୍‍ ମାଧ୍ୟମରେ ଦେଖିବାକୁ ମିଳିବ । ଭାରତୀୟ ବାୟୁସେନା ନିଜର ଏକ ଭିଡ଼ିଓ ଗେମ୍‍ ଲଞ୍ଚ୍‍ କରିବାକୁ ଯାଉଛି । ୱିଙ୍ଗ୍‍ କମାଣ୍ଡର ଅଭିନନ୍ଦନ ଏଥିରେ ଲିଡ୍‍ ହିରୋ ଭାବେ ନଜର ଆସିବେ । ଜୁଲାଇ ୩୧ରେ ଏହି ଭିଡ଼ିଓ ଗେମକୁ ଲଞ୍ଚ୍‍ କରାଯିବାର ଯୋଜନା ରହିଥିବା ବିଷୟରେ ଦିଲ୍ଲୀର ଏୟାରଫୋର୍ସ ହେଡ୍‍କ୍ୱାଟର୍ସ ୱିଙ୍ଗ୍‍ କମାଣ୍ଡର ଅନୁପମ ବାନାର୍ଜୀ କହିଛନ୍ତି ।

ମୋବାଇଲ ଗେମରେ ମିଗ୍‍-୨୧ ବ୍ୟତୀତ ଭବିଷ୍ୟତରେ ଏୟାରଫୋର୍ସରେ ସାମିଲ ହେବାକୁ ଥିବା ରାଫେଲକୁ ମଧ୍ୟ ଅର୍ନ୍ତଭୁକ୍ତ କରାଯିବ । ଏଥିସହିତ ସୁଖୋଇ ୩୦ ଏମ୍‍କେଆଇ, ମିଗ୍‍-୨୯ ଏବଂ ବାଲାକୋଟରେ ଆକ୍ରମଣରେ ବ୍ୟବହୃତ ହୋଇଥିବା ମିରାଜ-୨୦୦୦ ବିମାନର ମଧ୍ୟ ଆନିମେଟେଡ୍‍ ପ୍ରସ୍ତୁତ କରାଯିବ । ମୋବାଇଲ ପ୍ଲେଷ୍ଟୋରରେ ଆଣ୍ଡରଏଡ୍‍ ଏବଂ ଆଇଓଏସ୍‍ ପ୍ଳାଟଫର୍ମରେ ଏହି ଭିଡ଼ିଓ ଗେମ୍‍ ଉପଲବ୍ଧ ହେବ ।

ୱିଙ୍ଗ୍‍ କମାଣ୍ଡର ଅଭିନନ୍ଦନ ଚଳାଉଥିବା ଲଢ଼େଇ ବିମାନ ମିଗ୍‍ -୨୧ ସହ ତାଙ୍କର ଫଟୋ ଏହି ଭିଡ଼ିଓରେ ଦେଖିବାକୁ ମିଳିବ । ପ୍ରାରମ୍ଭରେ ଏହା ସିଙ୍ଗଲ ପ୍ଲେୟାର ମୋଡ୍‍ରେ ଉପଲବ୍ଧ ହେଉଥିବା ବେଳେ ପରେ ଏହାକୁ ମଲ୍ଟି ପ୍ଲେୟର ମୋଡରେ ବିକଶିତ କରାଯିବାର ଯୋଜନା ରହିଛ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More