Only for Entertainment

ଲାଇଭ ମଂଚ ଉପରେ ପର୍ଫମ କରୁ କରୁ ଦୁନିଆରୁ ବିଦାୟ ନେଲେ ଏହି କମେଡିଆନ ।

aajtak
37

ଅଧିକାଂଶ ସମୟରେ ଦେଖିବାକୁ ମିଳେ କମେଡିଆନଙ୍କ ଜୀବନୀ ଖୁବ କଷ୍ଟ ଏବଂ ଯନ୍ତ୍ରଣାରେ ଭରି ରହିଥାଏ, କିନ୍ତୁ ସେମାନେ ତାଙ୍କର ଦୁଃଖକୁ ବାହାରକୁ ଦେଖାନ୍ତି ନାହିଁ ଏବଂ ହସିବାର ଖୁବ ଭଲ ଅଭିନୟ କରିଦିଅନ୍ତିଯେ କେହି ମଧ୍ୟ ତାଙ୍କ ହସପଛର କଷ୍ଟକୁ ବୁଝିପାରେ ନାହିଁ । ତେବେ ନିକଟରେ ସାମ୍ନାକୁ ଆସିଛି ସେହିଭଳି ଏକ ଦୁଃଖଦ ଖବର ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆଜ୍ଞା ହଁ ଆମେ ଆଲୋଚନା କରୁଛୁ ସେହିଭଳି ଜଣେ କମେଡିଆନ କଳାକାରଙ୍କ ବିଷୟରେ ଯିଏ ମଂଚ ଉପରେ ଲାଇଭ ପର୍ଫମାନ୍ସ କରୁଥିବା ବେଳେ ହଠାତ ଟଳିପଡ଼ିଲେ, ଯାହାର ଖବର କେହି ମଧ୍ୟ ଜାଣିପାରିଲେ ନାହିଁ । କିଛି ସମୟ ପରେ ଜଣାପଡ଼ିଲାଯେ ସେ ସତରେ ଯନ୍ତ୍ରଣା ପାଉଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଛି ।

୬୦ ବର୍ଷର ବରିଷ୍ଠ କମେଡିଆନ ଇୟାନଙ୍କ ମୃତ୍ୟୁ ହୃଦରୋଗ କାରଣରୁ ହୋଇଛି । ଲୋକ ବୁକ କମେଡ଼ି କ୍ଲବ ଚଳାଉଥିବା ଏଣ୍ଡ୍ରୁ୍ୟ ବର୍ଡ଼ଙ୍କ କହିବା ଅନୁସାରେ ବାଇଚେଷ୍ଟରର ଏଟିକ ବାରରେ ଉପସ୍ଥିତ ଦର୍ଶକଙ୍କୁ ପ୍ରଥମେ ଲାଗିଲାଯେ ଇୟାନ ମଜାକ କରୁଛନ୍ତି । କାରଣ କମେଡି କରୁଥିବା ସମୟରେ ଇୟାନ ମଂଚ ଉପରେ ଥିବା ଷ୍ଟୁଲ ଉପରେ ବସିଗଲେ ଏବଂ ଜୋରରେ ନିଃଶ୍ୱାସ ନେବାକୁ ଲାଗିଲେ । ଏହା ପରେ ୫ ମିନିଟ ପର୍ଯ୍ୟନ୍ତ କିଛି ନ କହି ବସିରହିଲେ । କିନ୍ତୁ ଦର୍ଶକ ଏହା ଜାଣିପାରିଲେ ନାହିଁ ଯେ ଇୟାନ ଯନ୍ତ୍ରଣା ପାଉଥିଲେ । ଉପସ୍ଥିତ ଦର୍ଶକ ଏହା ଦେଖି ହସୁଥିଲେ । କିନ୍ତୁ ସେହି ସମୟକୁ ଇୟାନ ଏହି ଦୁନିଆରୁ ବିଦାୟ ନେଇ ସାରିଥିଲେ ।

ବର୍ଡ଼ଙ୍କ କହିବା ଅନୁସାରେ ଇୟାନ ମଂଚ ଉପରକୁ ଆସିବା ପୂର୍ବରୁ ଅସୁସ୍ଥ ଅନୁଭବ କରୁଥିଲେ , କିନ୍ତୁ ମଂଚକୁ ଯିବାର ଇଛା ତାଙ୍କର ଥିଲା । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛିଯେ ଇୟାନ କମେଡ଼ି କରିବା ସମୟରେ ସେହିଦିନ କହିଥିଲେ ଭାବି ନିଅନ୍ତୁ ଆପଣ ମାନଙ୍କ ସାମ୍ନାରେ ମୋର ଏବେ ମୃତ୍ୟୁ ହୋଇଯିବ, କିନ୍ତୁ କିଏ ଜାଣିଥିଲା ତାହା ବାସ୍ତବ ହୋଇଯିବ । ଏଭଳି ଘଟଣାରେ ସମସ୍ତେ ମର୍ମାହତ । ଖବର ମୁତାବକ ବର୍ଡ଼ ଇୟାନଙ୍କୁ ନୀରବି ଯାଇଥିବାର ଦେଖି ତାଙ୍କ ନିକଟରୁ ଯିବା ପୂର୍ବରୁ ଭାବୁଥିଲେଯେ ମୁଁ ସେଠାରେ ପହଂଚିବା ମାତ୍ରେ ଯେପରି ଇୟାନ କୁହନ୍ତୁ ମୁଁ ମଜାକ କରୁଥିଲି, ଏବଂ ସେ ମୋ ସହିତ ଜୋକ ରିଦିଅନ୍ତୁ । ଯେପରି ସମସ୍ତ ଦର୍ଶକ ଭାବୁଛନ୍ତି । କିନ୍ତୁ ତାହା ହେଲା ନାହିଁ । ସବୁଦିନ ପାଇଁ ଆଖିବୁଜିଦେଲେ ଇୟାନ ।

ଇୟାନ ୧୯୫୮ରେ ଲଣ୍ଡନରେ ଜନ୍ମ ହୋଇଥିଲେ ଏବଂ ୮୦ ଦଶକରୁ ସେ କମେଡ଼ି କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More