Only for Entertainment

କୁଲ ଲୁକରେ ଜୁହୁରେ ସ୍ପଟ ହେଲେ ସୈଫ ଅଲୀଙ୍କ ପୁଅ ଇବ୍ରାହିମ, କାରରେ ବସି ଡଗି ସହ ଦେଲେ ଏଭଳି ପୋଜ !

36

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଏବଂ ଅମୃତା ସିଂଙ୍କ ପୁଅ ଇବ୍ରାହିମ ଅଲୀ ଖାନ ସୋମବାର ମୁମ୍ବାଇର ଜୁହୁରେ ସ୍ପଟ ହୋଇଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋରେ ଇବ୍ରାହିମ ଧଳା ରଂଗର ଟିସାର୍ଟ ଏବଂ କମଳା ରଂଗର ସର୍ଟସ ପିନ୍ଧିଥିଲେ । ଏହି ସମୟରେ କ୍ୟାମେରା ଦେଖି ସେ ମୁହଁ ଲୁଚାଇଥିଲେ । ମିଡିଆକୁ ଦେଖି ଇବ୍ରାହିମ କାର ଆଡକୁ ଦୌଡିବାକୁ ଲାଗିଥିଲେ ।

ଖାସ କଥା ହେଉଛି ଇବ୍ରାହିମ ଗାଡିରେ ବସିବା ପରେ ନିଜ ଡଗି ସହ ଖୁବ ଫଟୋ କ୍ଲିକ କରୁଥିବାର ନଜର ଆସିଥିଲେ । ଫ୍ୟାନ୍ସମାନେ ତାଙ୍କ ଫଟୋକୁ ଖୁବ ପସନ୍ଦ କରୁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଇବ୍ରାହିମ କ୍ୟାମେରା ଦେଖି ଖୁବ ମୁହଁ ଲୁଚାନ୍ତି । ବିଗତ ଦିନରେ ଇବ୍ରାହିମଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଇବ୍ରାହିମ ନିଜ ବ୍ୟକ୍ତିଗତ ଜୀବନରେ ଖୁବ ଲାଜକୁଳା ଅଟନ୍ତି । ଏହିକାରଣରୁ ବୋଧ ହୁଏ ସେ କ୍ୟାମେରା ଦେଖି ଲୁଚନ୍ତି ।

ଇବ୍ରାହିମଙ୍କ ବିଷୟରେ କହିବାକୁ ଗଲେ ତାଙ୍କୁ କ୍ରିକେଟ ଖୁବ ପସନ୍ଦ ଏବଂ ସେ ଅନେକ ସମୟରେ କ୍ରିକେଟ ଖେଳୁଥିବାରେ ନଜର ଆସନ୍ତି । ନିକଟରେ ମିଡିଆରେ ସୈଫ କହିଥିଲେ ଯେ ଇବ୍ରାହିମଙ୍କର ମଧ୍ୟ ବଲିଉଡରେ ଭଲ କ୍ୟାରିଅର ଗଢିବାକୁ ଇଚ୍ଛା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More