ସାରାଙ୍କ ପରି ବଲିଉଡରେ କ୍ୟାରିଅର ଗଢିବାକୁ ଚାହଁନ୍ତି ଭାଇ ଇବ୍ରାହିମ
ସୈଫ୍ ଅଲ୍ଲୀ ଖାନ ଓ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍ ଗତ ବର୍ଷ ବଲିଉଡରେ ଡେବ୍ୟୁ କରିଥିଲେ । ସେ ଲଗାତାର ଦୁଇଟି ସଫଳ ଫିଲ୍ମ କରି ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସାରାଙ୍କ ପରେ ଏବେ ତାଙ୍କ ଭାଇ ଇବ୍ରାହିମ ଅଲ୍ଲୀ ଖାନ୍ ବଲିଉଡରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି ।
ମିଳିଥିବା, ଏକ ରିର୍ପୋଟ ଅନୁଯାୟୀ ଇବ୍ରାହିମ ନିଜ ବାପାଙ୍କୁ ସ୍ପଷ୍ଟ ଭାବେ କହିସାରିଛନ୍ତି କି, ସେ ନିଜ ଭଉଣୀ ସାରାଙ୍କ ଭଳି ବଲିଉଡରେ ଅଭିନେତା ଭାବେ କାମ କରିବାକୁ ଚାହୁଁଛନ୍ତି । ଏକ ରିପୋର୍ଟରେ କୁହାଯାଇଛି କି, ପୁଅ ଇବ୍ରାହିମଙ୍କ ପାଇଁ ପିତା ସୈଫ୍ ଫିଲ୍ମ ପ୍ରଡ୍ୟୁସ୍ କରିବାକୁ ଯୋଜନା କରୁଛନ୍ତି । ବର୍ତ୍ତମାନ ଇବ୍ରାହିମଙ୍କୁ କ୍ୟାମେରାକୁ ସାମ୍ନା କରିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଉଛି ।
ଶୁଣିବାକୁ ମିଳୁଥିଲା କି, ଝିଅ ସାରା ଇଣ୍ଡଷ୍ଟ୍ରିକୁ ଆସିବାରେ ସୈଫ୍ ଖୁସି ନ ଥିଲେ । ସେ ଚାହୁଁଥିଲେ ସାରା ତାଙ୍କ ପାଠ ପଢା ଶେଷ କରିବା ପରେ ଅଭିନୟରେ କ୍ୟାରିୟର କରନ୍ତୁ । କିନ୍ତୁ ସାରା ପାଠ ଅଧାରୁ ଫିଲ୍ମ ଲାଇନକୁ ବାଛିଥିଲେ । ଏଥିରେ ସାରାଙ୍କୁ ତାଙ୍କ ମା’ ବହୁତ ସାହାଯ୍ୟ କରିଥିଲେ ।
କିଛି ସାକ୍ଷାତକାରରେ ସୈଫ ନିଜେ ମାନିଛନ୍ତି କି, ସେ ଚାହୁଁନଥିଲେ କି ସାରା ଫିଲ୍ମକୁ ଆସନ୍ତୁ ବୋଲି । ସାରାଙ୍କ ପରେ ଏବେ ଭାଇ ଇବ୍ରାହିମଙ୍କ ପାଳି । ଏବେ ଦେଖିବାକୁ ବାକି ରହିଲା କି, ବଲିଉଡରେ ଇବ୍ରାହିମ୍ ସାରାଙ୍କ ଭଳି କମାଲ ଦେଖାଇ ପାରୁଛନ୍ତି କି, ନାହିଁ ।