Only for Entertainment

ତ୍ୱଚାର ସୌନ୍ଦର୍ଯ୍ୟ ବଢାଏ ବରଫ ।

23

ପ୍ରତିଦିନ ବରଫକୁ ମୁହଁରେ ଘଷିବା ଦ୍ଵାରା ରକ୍ତସଞ୍ଚାଳନ ଠିକ ଭାବରେ ହୋଇଥାଏ ଓ ଆମ ଚର୍ମକୁ ସୁସ୍ଥ ରଖିଥାଏ। ଏହାଦ୍ୱାରା ମଧ୍ୟ ମୁହଁର କୁଞ୍ଚନ କମ୍‌ ହୋଇଥାଏ ଓ ଆପଣ ସମୟ ଆଗରୁ ବୟସ୍କ ଦେଖାଯାଇନଥାନ୍ତି।

ଯଦି ଆପଣ କୌଣସି ଜାଗାକୁ ଯିବା ସମୟରେ ଶୀଘ୍ର ମେକଅପ କରିପାରନ୍ତି ନାହିଁ ତେବେ ବରଫ ଆପଣଙ୍କୁ ଏକ ସୁନ୍ଦର ଲୁକ ଦେଇପାରିବ। ଦୁଇରୁ ତିନିଖଣ୍ଡ ବରଫ ଆଣି ମୁହଁରେ ଘଷନ୍ତୁ। ଏହାଦ୍ୱାରା ଆପଣ ଏକ ଆକର୍ଷଣୀୟ ଚେହେରା ପାଇବେ।

ଏହା ବ୍ୟତୀତ ପ୍ରତିଦିନ ମୁହଁରେ ବରଫଖଣ୍ଡ ଘଷିବା ଦ୍ଵାରା ମୁହଁରୁ ତେଲିଆ ଅଂଶ ମଧ୍ୟ ଦୂର ହୋଇଥାଏ। ଏକ ପତଳା କପଡା ନେଇ ସେଥିରେ ଦୁଇଟି ବରଫଖଣ୍ଡ ରଖି ମୁହଁରେ ଧୀରେ ଧୀରେ ଘଷନ୍ତୁ। ଏହା ମୁହଁରେ ତେଲ ବାହାରିବାକୁ ଦେଇନଥାଏ।

ଖରାରେ ଅଧିକ ସମୟ ବାହାରେ ରହିବା ଦ୍ଵାରା ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମିର ପ୍ରଭାବରେ ଆପଣଙ୍କର ମୁହଁ ପୋଡିଲା ପରି ଲାଗେ। ଏହି ପୋଡାଅଂଶ(ସନବର୍ଣ୍ଣ)କୁ ଦୂର କରିବା ପାଇଁ କପଡାରେ ବରଫ ଖଣ୍ଡ ନେଇ ଧୀରେ ଧୀରେ ମୁହଁରେ ଘଷନ୍ତୁ ଶୀଘ୍ର ଉପଶମ ମିଳିବ।

ମୁହଁରେ ହେଉଥିବା ବ୍ରଣ କମେଇବାରେ ମଧ୍ୟ ବରଫ ଖଣ୍ଡ ଔଷଧ ପରି କାମ କରିଥାଏ। ବ୍ରଣ ଉଠିଥିବା ଜାଗାରେ କିମ୍ବା ବ୍ଲାକହେଡ୍ସ ହୋଇଥିବା ଜାଗାରେ ବରଫକୁ ଘଷନ୍ତୁ। ଏହିପରି ପ୍ରତିଦିନ କରିବା ଦ୍ଵାରା ବ୍ରଣ ଦୂର ହୋଇଯିବ। କିନ୍ତୁ ଅଧିକ ମାତ୍ରାରେ ଏହା ମୁହଁରେ ଘଷନ୍ତୁ ନାହିଁ।

ଖାଲି ବରଫଖଣ୍ଡକୁ ମୁହଁରେ ଘଷିବା ଅପେକ୍ଷା କିଛି ଫଳକୁ ମଧ୍ୟ ଆପଣ ଜୁସ କରି, ଆଇସ ଟ୍ରେରେ ରଖି ବରଫ ହୋଇଗଲା ପରେ ମୁହଁରେ ଘଷନ୍ତୁ। ଏହା ଆପଣଙ୍କ ମୁହଁ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ।

ଦିନ ସାରା ଲାପଟପ କିମ୍ବା କମ୍ପ୍ୟୁଟର ଆଗରେ କାମ କରିବା ପରେ ସାଧାରଣତଃ ଆଖି ତଳେ କାଳଦାଗ ହୋଇଯାଇଥାଏ। ଏହି କଳଦାଗକୁ ଦୂର କରିବା ପାଇଁ ଆପଣ ବରଫଖଣ୍ଡ ବ୍ୟବହାର କରିପାରିବେ କିମ୍ବା କିଛି କାକୁଡିରୁ ଜୁସ ବାହାର କରି ଏହାକୁ ଆଇସ ଟ୍ରେରେ ରଖି ବରଫ ଖଣ୍ଡ କରି ମୁହଁରେ ଘଷନ୍ତୁ। କଳଦାଗ ଦୂର ହୋଇଯିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More