Only for Entertainment

ଏପରି ଏକ ବିଚିତ୍ର ଦେଶ ଯେଉଁଠି ନା ଅଛି ପୋଲିସ ନା ଅଛି ଅପରାଧ !

Expat Forum
0 255

ଆପଣ ଦୁନିଆର ଏମିତି କୌଣସି ଦେଶ ବିଷୟରେ ଶୁଣିଛନ୍ତି କି ? ଯେଉଁଠାରେ ନା ଅଛି ପୋଲିସ ନା ଅଛି କ୍ରାଇମ୍ । ଆମେ ଆପଣଙ୍କୁ ଆଜି ଏମିତି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ନା ଅଛି ସେଠାରେ ପୋଲିସ ନା କ୍ରାଇମ୍ ।

ଏମିତି ଦେଖିବାକୁ ଗଲେ ବିଭିନ୍ନ ଦେଶ ନିଜର ସୁରକ୍ଷା ପାଇଁ ନୌସେନା ଓ ସୈନ୍ୟବାହିନୀର ବ୍ୟବସ୍ଥା କରିଥାନ୍ତି । ମାତ୍ର ୟୁରୋପରେ ଏପରି ଏକ ଦେଶ ରହିଛି, ଯେଉଁଠାରେ ନା ଅଛନ୍ତି ସୈନ୍ୟବାହିନୀ ନା ନୌସେନା ବ୍ୟବସ୍ଥା । ଏହାସତ୍ତେ୍ୱ ଏ ଦେଶରେ କ୍ରାଇମ୍ ରେକର୍ଡ ନାହିଁ କହିଲେ ଭୁଲ ହେବନାହିଁ । ଏଇ ଅପରାଧବିହୀନ ଦେଶ ହେଉଛି ଆଇସଲ୍ୟାଣ୍ଡ । ଏହାକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ବୋଲି ଗ୍ରହଣ କରାଯାଇଛି ।

ଆଇସଲ୍ୟାଣ୍ଡ ୟୁରୋପର ପଶ୍ଚିମ ଭାଗରେ ଅବସ୍ଥିତ । ଏଠାର ସମୁଦ୍ର କୂଳରେ ପୁରୁଷ ଏବଂ ମହିଳା ବିନା ପୋଷାକରେ ବୁଲିବା ଏକ ସାଧାରଣ କଥା । ଏ ପରମ୍ପରା ସାରା ଦୁନିଆକୁ ନିଜ ଆଡକୁ ଆକୃଷ୍ଠ କରିଥାଏ । ଏହି ଦେଶର ଅନେକ ଗୁଡିଏ ବିଶେଷତ୍ତ୍ୱ ରହିଛି । ଏହି ଦେଶରେ ଆଦୌ ଜଙ୍ଗଲ ନାହିଁ । ସେହିପରି ଲୋକମାନଙ୍କର ନାଁ ଥାଏ କିନ୍ତୁ ସରନେମ୍ ନଥାଏ । ତେଣୁ ଲୋକଙ୍କ ମଧ୍ୟରେ ଭେଦଭାବ ନଥାଏ ।

ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଦେଶରେ ରେଳଷ୍ଟେସନ ମଧ୍ୟ ନାହିଁ । କୌଣସି ସ୍ଥାନକୁ ଯିବାକୁ ହେଲେ ଗାଡିର ସହାୟତା ନେବାକୁ ପଡିଥାଏ । ଏହା ସହିତ ପ୍ରବଳ ବରଫ ବର୍ଷା ହେଉଥିବା ସତ୍ତେ୍ୱ ସେଠାକାର ଲୋକମାନେ ଆଇସକ୍ରିମ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More