Only for Entertainment

୨୪ ବର୍ଷ ପରେ ପୁଣିଥରେ ଏକା ସହିତ କାମ କରିବେ ଆଇକନିକ ଯୋଡି ଜିତେନ୍ଦ୍ର-ଜୟାପ୍ରଦା, ଏହା ହେଉଛି ପ୍ରୋଜେକ୍ଟ

Freepressjournal
35

ବଲିଉଡର ଆଇକନିକ ଯୋଡି ଜିତେନ୍ଦ୍ର ଏବଂ ଜୟାପ୍ରଦା ୨୪ ବର୍ଷ ପରେ ପୁଣିଥରେ ଏକା ସହିତ କାମ କରିବାକୁ ଯାଉଛନ୍ତି । କିନ୍ତୁ ଦୁହେଁ କୌଣସି ଫିଲ୍ମରେ ନୁହେଁ ବରଂ ଏକ ଟିଭି ଶୋ’ରେ ନଜର ଆସିବେ । ଖବର ଅନୁସାରେ ଦୁହେଁ ରିୟଲିଟି ଶୋ ‘ସୁପର ଡ୍ୟାନ୍ସର ୩’କୁ ଜଜ କରିବାର ନଜର ଆସିବେ । କହିରଖୁଛୁ ଯେ, ଦୁହେଁ ଅନେକ ଫିଲ୍ମରେ ଏକା ସହିତ କାମ କରିଛନ୍ତି । ପରଦାରେ ଦୁହିଁଙ୍କ କେମେଷ୍ଟ୍ରୀକୁ ଲୋକେ ବେଶ କରିଛନ୍ତି ।

ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଅନୁସାରେ, ଶୋ’ରେ କେବଳ ୮୦ ଏବଂ ୯୦ ଦଶକର ସୁପରହିଟ ଗୀତରେ ପର୍ଫମାନ୍ସ କରାଯିବ । ଅଭିନେତ୍ରୀ ଜୟାପ୍ରଦା ଶୋ’ରେ କାମ କରିବାକୁ ନେଇ ଖୁସି ଜାହିର କରିଛନ୍ତି । ବୟାନ ଦେଇ ସେ କହିଛନ୍ତି, ମୁଁ ସୁପର ଡ୍ୟାନ୍ସରରେ ପ୍ରତିଭାଶାଳୀ ଛୁଆମାନଙ୍କୁ ଦେଖି ଖୁବ ଉତ୍ସାହିତ ଅଛି । ଏହି ଛୁଆ ମାନଙ୍କ ମାଧ୍ୟମରେ ଡ୍ୟାନ୍ସକୁ ଏତେ ସୁନ୍ଦର ଭାବେ ଦେଖାଇବା ଖୁବ ଅଦ୍ଭୁତ ।

Collag_jaya_

ସେହିପରି ଜିତେନ୍ଦ୍ର ମଧ୍ୟ ଶୋ’କୁ ନେଇ ଖୁବ ଅକ୍ସାଇଟେଡ ଅଛନ୍ତି । ସେ କହିଛନ୍ତି, ମୋ ନାତି ମଧ୍ୟ ଏହି ସୁପର ଡ୍ୟାନ୍ସରର ପ୍ରତିଯୋଗୀଙ୍କ ପରି ଖୁବ ଏନର୍ଜିଟିକ ଏବଂ ଉତ୍ସାହୀ ।

କହିରଖୁଛୁ ଯେ, ଜିତେନ୍ଦ୍ର ଏବଂ ଜୟାପ୍ରଦା ଏକା ସହିତ ୨୪ଟି ଫିଲ୍ମରେ କାମ କରିଛନ୍ତି । ଅଭିନେତ୍ରୀ ଜୟାପ୍ରଦାଙ୍କୁ ସାଉଥ ଫିଲ୍ମ ପାଇଁ ତିନୋଟି ଫିଲ୍ମ ଫେୟାର ଆୱାର୍ଡ ମିଳିସାରିଛି । ସେ ତେଲଗୁ, ତାମିଲ, ହିନ୍ଦୀ, କନ୍ନଡ, ମଲାୟଲମ, ବଙ୍ଗାଳୀ ଏବଂ ମରାଠୀ ପରି ଅନେକ ଭାଷାର ଫିଲ୍ମରେ କାମ କରିଛନ୍ତି ।

ସେହିପରି ଜିତେନ୍ଦ୍ର ଜଣେ ଭଲ ଅଭିନେତା, ଟିଭି ଏବଂ ଫିଲ୍ମ ନିର୍ମାତା ସହିତ ଜଣେ ଭଲ ଡ୍ୟାନ୍ସର ମଧ୍ୟ । ସେ ୨୦୦୩ରେ ଫିଲ୍ମଫେୟାର ଲାଇଫଟାଇମ ଆଚିଭମେଣ୍ଟ ଏବଂ ୨୦୦୬ରେ ସ୍କ୍ରିନ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More