Only for Entertainment

ଇଡଲିକୁ ଦିଅନ୍ତୁ ଚାଇନିଜର ତଡକା, ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଇଡଲି ମଂଚୁରିଆନ !

50

ଇଡଲି ମଞ୍ଚୁାରିୟନ। ନାଁଟି ଶୁଣିବାକୁ ଯେମିତି ନିଆରା ଖାଦ୍ୟର ସ୍ବାଦ ମଧ୍ୟ ସେମିତି ନିଆରା। ଏହା ସାଉଥ୍‌ ଇଣ୍ଡିଆନ ଏବଂ ଚାଇନିଜ୍‌ ଖାଦ୍ୟର ଏକ ଫ୍ୟୁଜନ୍‌। ଯାହାକୁ ଇଡଲିରେ ତିଆରି କରାଯାଏ। ଯଦି ବଳକା ଇଡ୍‌ଲି ରହିଯାଇଛି ତେବେ ସେଥିରେ ମଧ୍ୟ ଏହି ରେସିପି ପ୍ରସ୍ତୁତ କରିପାରିବେ।

ଆବଶ୍ୟକୀୟ ସାମଗ୍ରୀ:
୫ଟି ଇଡଲି, ୨ଟି କଟା ପିଆଜ, ୧ଟି କଟା ଟମାଟୋ, ୪ଟି କଟା କଞ୍ଚାଲଙ୍କା, ଅଧ ଚାମଚ ତେନ୍ତୁଳି ରସ, ୧ ଚାମଚ ହଳଦୀ ଗୁଣ୍ଡ, ୧ ଚାମଚ ଗରମ ମସଲା ଗୁଣ୍ଡ, ୨ ଚାମଚ ରିଫାଇନ୍‌ ତେଲ, ଅଧ ଚାମଚ ଜୁଆଣି, ଅଧ ଚାମଚ ଜିରା, ସଜାଇବା ପାଇଁ ଧନିଆ ପତ୍ର ଓ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଇଡଲିକୁ ମଧ୍ୟମ ଧରଣର ଖଣ୍ଡ କରି କାଟି ଦିଅନ୍ତୁ। ଏକ ପ୍ୟାନ୍‌ରେ ତେଲ ଗରମ କରି ଏଥିରେ ଜିରା, ଜୁଆଣି ପକାଇ ଫୁଟାନ୍ତୁ। ଏବେ ଏଥିରେ କଟା ପିଆଜ, ଟମାଟୋ, କଞ୍ଚା ଲଙ୍କା ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ ତେନ୍ତୁଳି ରସ ଦେଇ ମିଶାନ୍ତୁ। ଯାହା ଫଳରେ ଏହା ଅନ୍ୟ ଜିନିଷ ସହିତ ଭଲ ଭାବେ ମିଶିଯିବ। ଏବେ ଏଥିରେ ଶୁଖିଲା ମସଲା ଏବଂ ଲୁଣ ପକାନ୍ତୁ। ଟମାଟୋ ଭଲ ଭାବେ ସିଝି ନରମ ହୋଇଗଲା ପରେ ଏଥିରେ ଇଡଲି ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ଗ୍ୟାସ୍‌ରୁ ତଳକୁ ଓହ୍ଲାଇ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏବେ ଏହାକୁ ଏକ ପ୍ଲେଟ୍‌କୁ ବାହାର କରି କଟା ଧନିଆ ପତ୍ର ଦେଇ ସଜାଇ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More