ଡାଇଭେଟିସ ରୋଗୀ ଭାତ ଖାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ ।
ସାଧାରଣତଃ ଭାରତର ବହୁ ରାଜ୍ୟରେ ଭାତ ଏକ ଲୋକପ୍ରିୟ ଓ ପ୍ରମୁଖ ଖାଦ୍ୟ। ହେଲେ ମଧୁମେହ(ଡାଇବେଟିସ୍) ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଲାଗି ଏହାର ସେବନ କ୍ଷତିକାରକ ହୋଇଥାଏ। କାରଣ ଏହା ବ୍ଲଡସୁଗାର୍ର ସ୍ତରକୁ ହଠାତ୍ ବଢ଼ାଇଦେଇଥାଏ। ତେଣୁ ଡାକ୍ତରମାନେ ଭାତ ବଦଳରେ ରୁଟି ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ଆପଣ ଯଦି ମଧୁମେହରେ ପୀଡ଼ିତ ହୋଇ ବି ଭାତ ଖାଇବାକୁ ଚାହୁଁଛନ୍ତି ତ, ତେବେ ଆପଣଙ୍କୁ ଏ ନେଇ କିଛି ଉପାୟର ଅବଲମ୍ବନ କରିବାକୁ ହେବ।
ମଧୁମେହରେ ପୀଡିତ ହୋଇ ବି ସାଧାରଣ ଚାଉଳର ଭାତ ସେବନ କରିବାକୁ ଚାହାଁନ୍ତି ,ତେବେ ସେ ସପ୍ତାହରେ ଥରୁଟିଏ ହିଁ ଖାଆନ୍ତୁ । ଏହି ରୋଗରେ ପୀଡ଼ିତ ବ୍ୟକ୍ତିିଙ୍କର ସାଧାରଣ ଚାଉଳ ବଦଳରେ ବ୍ରାଉନ୍ ରାଇସ୍ ଖାଇବା ସ୍ୱାସ୍ଥ୍ୟ ଲାଗି ଅଧିକ ହିତକାରକ। କାରଣ ଏହାର ଗ୍ଲାଇସୋମିକ୍ ଇଣ୍ଡେକ୍ସ କମ୍ ହୋଇଥାଏ, ଯାହାକି ବ୍ଲଡସୁଗାରର ମାତ୍ରାକୁ ବୃଦ୍ଧି କରିବାକୁ ଦିଏ ନାହିଁ। ତେବେ ବ୍ରାଉନ୍ ରାଇସରେ ମ୍ୟାଗ୍ନେସିଅମ୍, ଭିଟାମିନ୍ ବି ୬,ସେଲେନିଅମ୍, ଫସ୍ଫରସ୍, ଥିୟାମିନ୍,ନିୟାସିନ୍,ମାଙ୍ଗାଜିନ୍ ଏବଂ ଫାଇବର୍ ଭଳି ପୋଷକ ତତ୍ତ୍ୱର ମାତ୍ରା ଅଧିକ ରହିଥାଏ। ଯଦି ଆପଣ ଧଳା ଚାଉଳର ସେବନ କରୁଛନ୍ତି, ତେବେ ଏହା ଉପରେ ଧ୍ୟାନ ରଖନ୍ତୁ ଯେଭଳି ଏହା ସହିତଗାଜର,ବାଦାମ,ମଟର,ସୋୟାବିନ୍,ପିଆଜ,ଜୀରା ଭଳି ଦ୍ରବ୍ୟର ମିଶ୍ରଣରେ ପ୍ରସ୍ତୁତ ଖାଦ୍ୟ ନ ରହେ।
ମଧୁମେହ ରୋଗୀଙ୍କର ସନ୍ତୁଳିତ ଆହାର ସଠିକ୍ ସମୟରେ ହେବା ଦରକାର। ଯେଉଁଥିରେ କି ପ୍ରୋଟିନ,କଂପ୍ଲେକ୍ସ କାବର୍ସ, ଭିଟାମିନ୍,ମିନେରାଲ ଏବଂ ଆବଶ୍ୟକୀୟ ଚର୍ବି ଥିବା ଆବଶ୍ୟକା। ଏହି କାରଣକୁ ନେଇ ଆପଣ ଖାଦ୍ୟରେ ଛତୁ,ମୁଗଡାଲି, କ୍ଷୀର,ଚିକେନ୍, ମାଛ ଏବଂ ଅଣ୍ଡାକୁ ସାମିଲ୍ କରନ୍ତୁ। ଏହାସହିତ ବାଦାମ, ଅଖରୋଟ ଏବଂ ଫ୍ଲେକ୍ସ ସିଡ୍ସ ସେବନ କରିବା ମଧ୍ୟ ମଧୁମେହ ରୋଗୀଙ୍କ ଲାଗି ଲାଭଦାୟକ ଅଟେ।
ତେବେ ମଧୁମେହ ରୋଗୀଙ୍କ ଲାଗି ଓଟମିଲ,ବ୍ରାଉନ୍ ରାଇସ୍,ମିଲେଟ୍ସର ସେବନ କରିବା ବି ଅତ୍ୟନ୍ତ ଲାଭଦାୟକ ଅଟେ। ଏହାସହିତ ସେମାନେ ପୋଇ,ପତ୍ର କୋବି,ବରକୋଳି ଆଦି ଖାଇବା ଉଚିତ।