Only for Entertainment

ବିଲେଇ ରାସ୍ତା ଅତିକ୍ରମ କଲେ ଶୁଭ କି ଅଶୁଭ ! ଜାଣନ୍ତୁ ଏହାର ସଙ୍କେତ

183

ବିଲେଇକୁ ନେଇ ଅଶୁଭ, ଅନ୍ଧବିଶ୍ୱାସ କି ସତ ଏହାକୁ ନେଇ ଆଜି ମଧ୍ୟ ଲୋକ ସନ୍ଦେହରେ ଅଛନ୍ତି । ଏଥିପାଇଁ ଯେତେବେଳେ ବିଲେଇ ରାସ୍ତାରେ ସାମ୍ନାରେ ଚାଲିଯାଏ ସେହି ସମୟରେ ଲୋକମାନେ ଅଟକି ଯାଇଥାଆନ୍ତି । ଏହାପରେ ଅପେକ୍ଷା କରିଥାଆନ୍ତି ଯେ ତାଙ୍କ ପୂର୍ବରୁ ଆଉ କିଏ ରାସ୍ତା ଅତିକ୍ରମ କଲା ପରେ ସେ ଯିବେ । ଅନେକ ସମୟରେ ଏହାର ଭୟରେ ନିଜ ରାସ୍ତା ମଧ୍ୟ ପରିବର୍ତ୍ତନ କରିଦେଇ ଥାଆନ୍ତି । ମାତ୍ର କମ ଲୋକ ଏହା ସମ୍ବନ୍ଧରେ ଜାଣିଛନ୍ତି ଯେ ଏପରି କାହିଁକି କରାଯାଏ । ଯଦି ଆପଣ ମଧ୍ୟ ବିନା କାରଣରେ ଏପରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଆମେ ଏହି ଖବର କହି ରଖୁଛୁ ।
ବିଲେଇକୁ ମାଂସ ଭକ୍ଷକ, ଜଙ୍ଗଲୀ ଏବଂ ଅଶୁଭ ବୋଲି ସମସ୍ତେ ମାନିଥାଆନ୍ତି ।

ନାରଦ ଏବଂ ବରାହ ପୁରାଣରେ ଶକୁନଅପଶକୁନାଧ୍ୟାୟରେ ବିଲେଇକୁ ନେଇ କିଛି ବାଖ୍ୟା କରାଯାଇଛି । ପୁରାଣ ଅନୁସାରେ ବିଲେଇ ଦେଖିବାଦ୍ୱାରା, ରାସ୍ତା ଅତିକ୍ରମ କରିବା ଦ୍ୱାରା, କାନ୍ଦିବାଦ୍ୱାରା ଏବଂ ଘରେ ଯିବା ଆସିବାଦ୍ୱାରା ଘରେ ଅଶୁଭ ହୋଇଥାଏ । ବିଲେଇଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ । ବିଲେଇ ଘରକୁ ଅଶୁଭ ସଙ୍କେତ ଆସିବା ଦର୍ଶାଇଥାଏ ।

ବିଲେଇକୁ କେବଳ ଭାରତ ନୁହେଁ ବିଦେଶରେ ଅଶୁଭ ମନାଯାଇଥାଏ । ଜର୍ମାନୀରେ ବିଲେଇ ବାମରୁ ଡାହାଣକୁ ଅତିକ୍ରମ କରିବା ଅଶୁଭ ମାନିଥାଆନ୍ତି । ଆପଣଙ୍କ ଜାଣିବା ପାଇଁ ଆମେ ଏଠାରେ କିଛି କହି ରଖୁଛୁ । ମଧ୍ୟ ଯୁଗରେ ବିଲେଇଙ୍କୁ ଡାହାଣୀଙ୍କ ସହାୟକ ବୋଲି ମାନା ଯାଉଥିଲା ।

ଏହା ବ୍ୟତୀତ ବିଲେଇ ଯଦି ଆପଣଙ୍କ ସମ୍ମୁଖରୁ ଦୂରକୁ ଅତିକ୍ରମ କରେ ତେବେ ସେ ଆପଣଙ୍କ ଭଲ ସମୟ ନେଇ ଯାଉଥିବା ମାନ୍ୟତା ମଧ୍ୟ ରହିଛି । ଏହିଭଳି ୟୁରୋପରେ ମଧ୍ୟ କଳା ବିଲେଇ ବୁଲିବା ଅଶୁଭ ସୁଚାଉଥିବା ମାନ୍ୟତା ରହିଛି ।

ବିଲେଇ ରାସ୍ତା ଅତିକ୍ରମ କଲା ପରେ ହେଉଥିବା ଅଶୁଭ ସଙ୍କେତରୁ ବଂଚିବା ପାଇଁ ଆପଣଙ୍କ ଇଷ୍ଟ ଦେବତା କିମ୍ବା ଭଗବାନ ହନୁମାନଙ୍କୁ ସ୍ମରଣ କରି ପ୍ରଣାମ କରନ୍ତୁ ଏବଂ ସେଠାରୁ ଚାଲି ଯାଆନ୍ତୁ । ଏହାବ୍ୟତୀତ ଆପଣ ସୂର୍ଯ୍ୟଙ୍କୁ ପ୍ରଣାମ କରି ମଧ୍ୟ ଏହି ଦୋଷରୁ ମୁକ୍ତି ପାଇ ପାରିବେ । ଲାଲ କିତାବରେ ବିଲେଇକୁ ରାହୁଙ୍କ ବାହନ ବୋଲି ମାନନ୍ତି । ଏହି କାରଣରୁ ଆପଣ ରାଂ ରାହବେ ନମଃ ମନ୍ତ୍ର ଉଚ୍ଚାରଣ କରି ଅଶୁଭ ସଙ୍କେତରୁ ମୁକ୍ତି ପାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More