Only for Entertainment

ଟ୍ରାଫିକ ନିୟମ ଭାଙ୍ଗିଲେ ଏବେ ପୋଲିସ ନୁହେଁ ଧରିବେ ଯମରାଜ ।

ndtv
0 52

ଜୀବନ ଅଛି ତ ସବୁ ଅଛି, ଏହା ଆପଣ ନିଶ୍ଚୟ ଶୁଣିଥିବେ । ଏହାସତ୍ୱେ ମଧ୍ୟ ବହୁତ ଲୋକ ଟ୍ରାଫିକ ନିୟମକୁ ଅଣଦେଖା କରି ଗାଡି ଚଳାଇଥାନ୍ତି । ଫଳସ୍ୱରୂପ ବିଭିନ୍ନ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଲୋକଙ୍କ ମଧ୍ୟରେ ଟ୍ରାଫିକ ନିୟମ ପ୍ରତି ସଚେତନତା ସୃଷ୍ଟି ପାଇଁ ବେଙ୍ଗାଲୁରୁ ପୁଲିସ ଏକ ନିଆରା ପଦକ୍ଷେପ ନେବା ଆରମ୍ଭ କରିଛି ।

ବେଙ୍ଗାଲୁରୁ ପୁଲିସ ଜୁଲାଇ ମାସକୁ ‘ସଡ଼କ ସୁରକ୍ଷା’ର ମାସ ଭାବେ ଅଭିହିତ କରିବା ସହ ଏହି ମାସରେ ଲୋକଙ୍କୁ ଡ୍ରାଇଭିଂ ବେଳର ନିୟମ ପ୍ରତି ସଚେତନ କରିବାକୁ ଲକ୍ଷ୍ୟ ରଖିଛି । ଲୋକଙ୍କୁ ଏହି ସଚେତନ କରିବା କାର୍ଯ୍ୟ ଆଉ କେହି ନୁହେଁ, ମୃତ୍ୟୁର ଦେବତା ଯମରାଜ କରୁଛନ୍ତି ।

yamaraj

କଥା କ’ଣ କି, ବେଙ୍ଗାଲୁରୁ ପୁଲିସ ଯମରାଜଙ୍କୁ ସଡ଼କ ସୁରକ୍ଷା ଅଭିଯାନର ବ୍ରାଣ୍ଡ ଆମ୍ବାସାଡର କରିଛି । ଆଉ ଏହି ଯମରାଜ ହିଁ ସଡକରେ ଠିଆ ହୋଇ ହେଲମେଟ ପିନ୍ଧୁନଥିବା ଏବଂ ଟ୍ରାଫିକ ନିୟମ ମାନୁନଥିବା ଲୋକଙ୍କୁ ସଚେତନ କରିବାରେ ଲାଗିପଡିଛନ୍ତି । କେବଳ ସଡ଼କରେ ନୁହେଁ, ମୃତ୍ୟୁ ଦେବତା ଯମରାଜ ବେଙ୍ଗାଲୁରୁ ଟାଉନ ହଲ ନିକଟସ୍ଥ ଲୋକଙ୍କ ଘରକୁ ଯାଇ ମଧ୍ୟ ସଡ଼କ ସୁରକ୍ଷା ନେଇ ସଚେତନ କରାଉଛନ୍ତି ।

ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ହେବା ବି ସ୍ୱାଭାବିକ । କାରଣ ଆପଣ ଭାବୁଥିବେ, ଯମ ଦେବତା ତ ଅଦୃଶ୍ୟ ଥାନ୍ତି, ସେ କିପରି ସଡକରେ ଦେଖାଦେବେ । ହେଲେ ଆମେ କହିରଖିଛୁ, ସେ ସତରେ ଯମରାଜ ନୁହଁନ୍ତି, ସେ ହେଉଛନ୍ତି ବେଙ୍ଗାଲୁରୁ ପୁଲିସର ଜଣେ କର୍ମଚାରୀ । ସେ ଯମଙ୍କ ଭଳି ପାରମ୍ପରିକ ବେଶରେ ସଜ୍ଜିତ ହୋଇ ଏହି ଜନ ସଚେତନତା ସୃଷ୍ଟି କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More