Only for Entertainment

ଗ୍ୟାସ୍‌ ସମସ୍ୟା ଥିଲେ ଦୈନନ୍ଦିନ ଖାଦ୍ୟରୁ ହଟାଇ ଦିଅନ୍ତୁ ଏହି ୩ଟି ଜିନିଷ

mblynchfirm
58

ପରିବର୍ତ୍ତିତ ଜୀବନଶୈଳୀ ପାଇଁ ମଣିଷମାନଙ୍କ ଶରୀରରେ ବିଭିନ୍ନ ସମସ୍ୟା ଦେଖା ଦେଉଛି । ଠିକ୍‌ ସମୟରେ ନ ଖାଇବା ଏବଂ ଠିକ୍‌ ସମୟରେ ନ ଶୋଉଥିବାରୁ ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ଅତି ସାଧାରଣ ହୋଇ ଗଲାଣି । ସମସ୍ତଙ୍କ ପାଖରେ ଏଭଳି ସମସ୍ୟା ଦେଖା ଯାଉଥିବା ବେଳେ ଲୋକେ ସମସ୍ୟାର କାରଣ ନ ଜାଣି ଔଷଧ ଖାଇବାରେ ଲାଗିଛନ୍ତି । ଆଜି ଆମେ ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା କାରଣ ବିଷୟରେ ଜଣାଇବୁ । ଯାହାକୁ ପ୍ରତିଦିନର ଖାଦ୍ୟରୁ ହଟାଇବା ନିହାତି ଦରକାର ।

  • ଯେଉଁ ଲୋକମାନଙ୍କର ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ରହିଛି । ସେମାନେ ରାତି ସମୟରେ ଆଳୁ ଏବଂ ପିଆଜରେ ତିଆରି ହୋଇଥିବା ଜିନିଷ ଖାଇବା ଉଚିତ୍‌ ନୁହେଁ । କାରଣ ଆଳୁ ଏବଂ ପିଆଜରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ପରିମାଣରେ ରହିଥାଏ । ଯାହା ଦ୍ୱାରା ପେଟରେ ଗ୍ୟାସ ଭରି ଯାଇଥାଏ ।
  • ଗ୍ୟାସ୍‌ ସମସ୍ୟା ଥିଲେ ଫାଷ୍ଟଫୁଡ୍‌ ଜମା ବି ଖାଆନ୍ତୁ ନାହିଁ । କାରଣ ଫାଷ୍ଟଫୁଡ୍‌କୁ ତିଆରି କରିବାରେ ଅନେକ ମସଲାର ବ୍ୟବହାର କରାଯାଇଥାଏ । ଯାହାଦ୍ୱାରା ପେଟ ଗରମ ହେବା, ଜଳିବା ଏବଂ ବଦ୍‌ହଜମି ଭଳି ସମସ୍ୟା ଦେଖା ଯାଇଥାଏ ।
  • ପତ୍ରକୋବି ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ପେଟରେ ଗ୍ୟାସ୍‌ ସୃଷ୍ଟି କରିଥାଏ । କାରଣ ପତ୍ରକୋବିକୁ ହଜମ ହେବାରେ ସମୟ ଲାଗିଥାଏ । ରାତି ସମୟରେ ଏହାକୁ ଖାଇବା ଦ୍ୱାରା ଏହା ହଜମ ନ ହୋଇ ପାରି, ପେଟରେ ଗ୍ୟାସ୍‌ ସୃଷ୍ଟି କରିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More