Only for Entertainment

ଗରମ ଚା ଓ କଫି ପିଇବା ପରେ ଜିଭ ପୋଡ଼ି ଯାଉଥିଲେ କ’ଣ କରିବେ

45

ଚା’, କଫି କିମ୍ବା ଗରମ ଖାଦ୍ୟରେ ଜିଭ ପୋଡି ଯାଇଥାଏ । ଏହାଦ୍ୱାରା ଖାଦ୍ୟର କୌଣସି ସ୍ୱାଦ ଜଣାପଡେ ନାହିଁ, ସବୁ ଫିକା ଫିକା ଲାଗେ । ଫଳରେ ଅନେକ ସମସ୍ୟା ମଧ୍ୟ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ କହିବାକୁ ଯାଉଛୁ, ଯାହାଦ୍ୱାରା ଏହି ସମସ୍ୟାରୁ ଆରାମ ମିଳିପାରିବ ।

 

ଜିଭ ପୋଡିବାରେ ସବୁଠୁ ଭଲ କାମ କରିଥାଏ ଦେଶୀ ଘିଅ । ଯଦି ଆପଣଙ୍କର ବି ଜିଭ ଜଳି ଯାଇଛି ତେବେ ତୁରନ୍ତ ସେହି ସ୍ଥାନରେ ଘିଅ ଲଗାନ୍ତୁ । ନଚେତ୍ ଘିଅରେ ତିଆରି କୌଣସି ଖାଦ୍ୟ ଖାଇ ପାରିବେ । ଏହାଦ୍ୱାରା ବହୁତ ଶୀଘ୍ର ଆରାମ ମିଳିଥାଏ ।

 

ମହୁରେ ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିବାୟୋଟିକ୍ ଗୁଣ ମହଜୁଦ୍ ଥାଏ । ଯାହା ଜିଭ ଜଳାକୁ ଠିକ୍ କରିବାରେ ଖୁବ୍ ସହାୟତା ହୋଇଥାଏ । ଏହାସହିତ ଆରାମ ମଧ୍ୟ ମିଳିଥାଏ । ସେଥିପାଇଁ ଏକ ଚାମଚରେ ମହୁ ରଖି ଚାଟନ୍ତୁ ।

 

ଯଦି ଆପଣଙ୍କର ଦହିରେ କୌଣସି ଅସୁବିଧା ନାହିଁ, ତେବେ ଆପଣ ଦହି ମଧ୍ୟ ବ୍ୟବହାର କରିପାରିବେ । ପୋଡା ସ୍ଥାନରେ ଦହି ବ୍ୟବହାର କରିବା ଦ୍ୱାରା ଆରାମ ମିଳିଥାଏ । ସେଥିପାଇଁ ଥଣ୍ଡା ଦହିକୁ କିଛି ସମୟ ପାଇଁ ପାଟିରେ ରଖନ୍ତୁ । ଏହାଦ୍ୱାରା ଆରାମ ଅନୁଭବ ହେବ । ଆପଣ ଦହି ବ୍ୟତିତ ପିପରମେଣ୍ଟ ମଧ୍ୟ ବ୍ୟବହାର କରି ପାରିବେ । ଏହାଦ୍ୱାରା ଯନ୍ତ୍ରଣା କମ୍ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More