ରାତିରେ ଅଇଁଠା ବାସନ ରଖିଲେ କ’ଣ ହୋଇଥାଏ ।
କେହି କେହି ଖାଇ ସାରିବା ପରେ ବାସନ ସଫା କରି ରଖି ଦିଅନ୍ତିତ କେହି କେହି ପରଦିନ ସକାଳେ କରିବେ ବୋଲି ରଖି ଦିଅନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତିକି ଏହାକୁ ନେଇ ବାସ୍ତୁ କ’ଣ କହେ ।ବାସ୍ତୁ ଶାସ୍ତ୍ର ଅନୁସାରେ ପରିବାର ଉପରେ ଏହାର ଖରାପ ପ୍ରଭାବ ପଡ଼ିବା ସହ ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଏପରିକି ଏହା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ କଥା କଥାରେ ଝଗଡ଼ା ସୃଷ୍ଟି ହୋଇଥାଏ। ଘରର ଲୋକେ ମିଳିମିଶି ରହି ନ ଥା’ନ୍ତି।
ଯଦି ଆପଣ ରାତିସାରା ବାସନକୁ ଅଇଁଠା ପକାଇ ରଖୁଛନ୍ତି, ତେବେ ଘରେ ଥିବା ସକାରାତ୍ମକ ଶକ୍ତି ମଧ୍ୟ ନଷ୍ଟ ହୋଇ ଯାଇଥାଏ। ତେଣୁ ଅଇଁଠା ବାସନ ଘରେ ପକାଇ ନ ରଖିବା ପାଇଁ ବାସ୍ତୁ ଶାସ୍ତ୍ର ବିଶାରଦମାନେ ପରାମର୍ଶ ଦେଇଥା’ନ୍ତି।
କୁହାଯାଏ. ମା’ ଲକ୍ଷ୍ମୀ ସଫାସୁତୁରା ଘରେ ହିଁ ବାସ କରନ୍ତି। ଏଣୁ ଅଇଁଠା ବାସନ ପଡ଼ି ରହିବା ଯୋଗୁ ଘରର ଆର୍ଥିକ ସ୍ଥିତି ଖରାପ ହୋଇଥାଏ। ବ୍ୟବସାୟରେ କ୍ଷତି ହେବା ସହ ଆପଣ କରିବାକୁ ଚାହୁଁଥିବା ନୂଆ କାର୍ଯ୍ୟରେ ମଧ୍ୟ ଅସଫଳ ହୋଇଥା’ନ୍ତି।
ବୈଜ୍ଞାନିକ ଦୃଷ୍ଟିକୋଣରୁ, ରାତିସାରା ଅଇଁଠା ବାସନ ପଡ଼ି ରହିବା ଦ୍ୱାରା ସେଥିରୁ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି। ଏହି ବ୍ୟାକ୍ଟେରିଆ ବାସନ ସଫା କଲା ପରେ ମଧ୍ୟ ବାସନରୁ ଯାଇ ନ ଥା’ନ୍ତି। ଆଉ ସଫା କରିବା ପରେ ମଧ୍ୟ ଏହି ସବୁ ବାସନରେ ଖାଇବା ଦ୍ୱାରା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ।