Only for Entertainment

ଦରିଦ୍ର ହେବାର ଏକ ପ୍ରମୁଖ କାରଣ ହେଉଛି ଝିଟିପିଟି

1,223

ଘରେ ବେଳେବେଳେ ହଠାତ ବହୁତ ଝିଟିପିଟି ଏକାଠି ଦେଖିବାକୁ ମିଳନ୍ତି। ଏହା ଅଶୁଭ ସଙ୍କେତ। ଏପରି ହେଲେ, ଘରର ସଦସ୍ୟ ହଠାତ କିଛି ସମସ୍ୟା ନେଇ ଚିନ୍ତିତ ରହିବେ ବୋଲି ସଙ୍କେତ ମିଳିଥାଏ। ଏହାସହ ଗୃହରେ ଅର୍ଥାଭାବର ମଧ୍ୟ ଏହା ପୂର୍ବଭାଷ।

ବେଳେବେଳେ କିଛି ଲୋକଙ୍କୁ ନିଦ କମ୍‌ ହୋଇଥାଏ। ଏପରିକି ଶୋଇବା ବେଳେ ବାରମ୍ବାର ଟଏଲେଟ୍‌ ଲାଗିଥାଏ। ଏପରି ହେବା ଅଶୁଭ ଲକ୍ଷଣ। ଏପରି ହେବା ଦ୍ୱାରା ସ୍ୱାସ୍ଥ୍ୟ, ପ୍ରତିଷ୍ଠା ଓ ଧନହାନିର ସଙ୍କେତ ମିଳିଥାଏ।

ବେଳେବେଳେ କିଛି ବ୍ୟକ୍ତିଙ୍କ ଗହଣା ହଜି ଯାଇଥାଏ। ଶାସ୍ତ୍ରରେ ଗହଣା ହଜିଯିବା ଅଶୁଭ ବୋଲି କୁହାଯାଇଛି। ଗହଣା ହଜିଯିବା ଦ୍ୱାରା ଧନ, ମାନ-ସମ୍ମାନ ଓ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବ ବୋଲି ଭାବି ନିଅନ୍ତୁ।

ଘରେ ପାଳିଥିବା କୌଣସି ପ୍ରଣୀର ମୃତ୍ୟୁ ହୋଇଗଲେ ତାହା ଅଶୁଭ ସଙ୍କେତ ହୋଇଥାଏ। ଏପରି ହେବା ଦ୍ୱାରା ଘରର ମୁଖ୍ୟ ଭବିଷ୍ୟତରେ ଦରିଦ୍ର ହେବାର ସଙ୍କେତ ମିଳିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More