Only for Entertainment

ଯଦି ଆପଣ ଦାଢ଼ି ରଖିଛନ୍ତି, ତେବେ ଆପଣ ଅଜାଣତରେ ପାଉଛନ୍ତି ଏ ସମସ୍ତ ଫାଇଦା ।

0 64

ପୁରୁଷମାନେ ଦାଢ଼ି ରଖିବା ଏକ ଫ୍ୟାସନ୍‌। କିନ୍ତୁ ଜାଣନ୍ତି, ଏହା ଶରୀର ପାଇଁ ବହୁତ ଲାଭଦାୟକ। ଯେଉଁ ପୁରୁଷମାନେ ଦାଢ଼ି ରଖୁ ନାହାନ୍ତି, ଆଜି ଠାରୁ ଦାଢ଼ି ରଖିବା ଆରମ୍ଭ କରି ଦିଅନ୍ତୁ। ତା’ହେଲେ ମିଳିବ ନିମ୍ନଲିଖିତ ଫାଇଦା:

– ଦାଢ଼ି ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମୀଠାରୁ ସୁରକ୍ଷା ଦେଇଥାଏ। ଫଳରେ ଖରା ଯୋଗୁଁ ମୁହଁରେ କଳା ଦାଗ ପଡ଼ି ଯିବା ଭଳି ସମସ୍ୟା କମି ଯାଏ।

– ଜୋରରେ ପବନ ବୋହିଲେ ମୁହଁ ଡ୍ରାଏ ହୋଇଯାଏ। କିନ୍ତୁ ଦାଢ଼ି ଥିଲେ ମୁହଁର କୋମଳତା ବା ନମନୀୟତା ରହେ।

– ଦାଢ଼ି ଥିଲେ ପବନରେ ଆସୁଥିବା ବ୍ୟାକ୍ଟେରିଆ ଗୁଡ଼ିକ ମୁହଁର ଚର୍ମ ସଂସ୍ପର୍ଶରେ ଆସିପାରନ୍ତି ନାହିଁ। ଫଳରେ ଗାଲରେ ଇନ୍‌ଫେକ୍ସନ ହେବାର ଭୟ ରହେ ନାହିଁ। ତା’ସହିତ ଥଣ୍ଡା ମଧ୍ୟ ହୁଏ ନାହିଁ।

– ଦାଢ଼ି ଶରୀର ତାପମାତ୍ରାକୁ ସନ୍ତୁଳିତ କରି ରଖେ। ଫଳରେ ଥଣ୍ଡା,କାଶ ଓ ଆଜମା ଭଳି ରୋଗ ସହିତ ଲଢ଼ିବାକୁ ଶକ୍ତି ମିଳିଥାଏ।

-ଦାଢ଼ି ସ୍କିନ୍‌କୁ ଢାଙ୍କି ରଖିଥାଏ। ଫଳରେ ମୁହଁର ଚର୍ମରେ ଧୂଳି ଓ ମାଟିର ପ୍ରଭାବ କମ୍ ପଡ଼େ ଏବଂ ମୁହଁର ସଫ୍ଟନେସ୍ ବଜାୟ ରହେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More