Only for Entertainment

ଏହିଭଳି ଗିଫ୍ଟ ପାଇଛନ୍ତି କି? ଖୋଲିବ ବନ୍ଦ ଭାଗ୍ୟର ତାଲା ।

98

ପ୍ରେମଭରା ଭାବନାକୁ ଦର୍ଶାଇବାର ସବୁଠାରୁ ବଡ଼ ମାଧ୍ୟମ ହେଉଛି ସୁନ୍ଦର ଉପହାର । ପ୍ରାଚୀନ କାଳରୁ ଉପହାର ଦେବା ରୀତିନୀତି ଚାଲିଆସୁଛି । କାହାକୁ ନିଜ ପ୍ରଭାବରେ ଆଣିବା ଏବଂ ନିଜର କରିବା ପାଇଁ ଉପହାର ଦିଆଯାଏ । କିନ୍ତୁ ଏଭଳି କିଛି ଉପହାର ଅଛି ଯାହା ନକତାତ୍ମକ ପ୍ରଭାବ ପକାଇଥାଏ,ଏବଂ କିଛି ଉପହାର ରହିଛି ଯାହା ସକରାତ୍ମକ ପ୍ରଭାବ ପକାଇଥାଏ ।

  • ମାଟିରେ ପ୍ରସ୍ତୁତ କିଛି ଉପହାର ପାଇବା ଭବିଷ୍ୟତ ପାଇଁ ଏକ ମଙ୍ଗଳସୂଚକ ସଙ୍କେତ । ଅଧିକ ଉଧାର ଆଣିଥିଲେ ସେଥିରୁ ମୁକ୍ତି ମିଳିଥାଏ ଏବଂ ଧନ ବଢିଥାଏ ।
  • ଉପହାରରେ ମିଳିଥିବା ଦୁଇ ପାଖ ଗଣେଶ ଘର ଓ ପରିବାର ପାଇଁ ଶୁଭ ହୋଇଥାଏ । ଏହାକୁ ମୁଖ୍ୟ ଦ୍ୱାରରେ ସ୍ଥାପନ କରାଯିବ ଉଚିତ ।
  • ଝୁଲାଇବା ଭଳି ଗଣେଶଙ୍କ ମୂର୍ତ୍ତି କାହାକୁ ଉପହାର ଦେବା ଅନୁଚିତ ।
  • ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିବର୍ତ୍ତ କରେ ବସ୍ତ୍ର । ଏହାକୁ ଉପହାରରେ ଦେବା ଏବଂ ପାଇବା ଉଭୟ ଶୁଭ ହୋଇଥାଏ ।
  • ଫେଙ୍ଗସୁଇ ଭଳି କାମ କରେ ପାୟୋନିର ଫୁଲ । ତେଣୁ ଏହାକୁ ଫୁ ମଧ୍ୟରେ ରାଣୀ ବୋଲି କୁହାଯାଏ । ଏହାର ଚିତ୍ର ପରିବାରର ସମୃଦ୍ଧି ବଢାଇଥାଏ ଏବଂ ବିବାହ ଯୋଗ୍ୟ ସନ୍ତାନଙ୍କର ମନୋଭାବକୁ ପରିବର୍ତ୍ତନ କରିଥାଏ ଏବଂ ଯୋଗ୍ୟ ବର ଓ କନ୍ୟା ମଧ୍ୟ ମିଳିଥାଏ । ଏହାକୁ ଡ୍ରଇଂ ରୁମରେ ଦକ୍ଷିଣ-ପଶ୍ଚିମରେ ସଜାଇବା ଉଚିତ ।
  • ଘରେ ହାତୀ ରଖିବା ଶୁଭ ହୋଇଥାଏ । ଏହା ଦ୍ୱାରା ଘରକୁ ଐଶ୍ଚଯ୍ୟ ପ୍ରାପ୍ତି ହୋଇଥାଏ । ତେଣୁ ହାତୀର ପେଣ୍ଟିଂ ମଧ୍ୟ ଦିଆଯାଇପାରିବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More