Only for Entertainment

ଅଭିନେତା ସାଜିବେ ହରଭଜନ ସିଂ ଏବଂ ଇରଫାନ ପଠାନ, ମିଳିଲା ପ୍ରଥମ ଫିଲ୍ମ, ଦେଖିବାକୁ ମିଳିବ ଦମଦାର ଆକ୍ସନ !

23

ଭାରତୀୟ କ୍ରିକେଟ ଟିମରେ ଭାଗ ନେଇଥିବା କ୍ରିକେଟର ହରଭଜନ ସିଂ ଏବଂ ଇରଫାନ ପଠାନ ଏବେ ନିଜର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଦୁହେଁ କ୍ରିକେଟର ଏବେ ଫିଲ୍ମରେ ନଜର ଆସିବେ । ତାଙ୍କର ପ୍ରଥମ ତାମିଲ ଫିଲ୍ମର ନାଁ ଏବଂ ଫିଲ୍ମ ସହ ଜଡିତ ଖବର ସମ୍ପର୍କରେ ସୂଚନା ସାମ୍ନାକୁ ଆସିଛି ।

ଇରଫାନ ପଠାନଙ୍କ ଡେବ୍ୟୁ ଫିଲ୍ମର ନାଁ ହେଉଛି ‘ଚିୟାନ ବିକ୍ରମ ୫୮’ । ମାତ୍ର ଏବେ ପର୍ଯ୍ୟନ୍ତ ଏହି ନାଁ ଫାଇନାଲ ହୋଇନାହିଁ । ଅଜୟ ଟ୍ୱିଟ କରି ଜଣାଇଛନ୍ତି ଯେ ଇରଫାନଙ୍କ ନୂଆ ଅବତାର ଏବେ ଦର୍ଶକଙ୍କୁ ଦେଖିବାକୁ ମିଳିବ । ଏହା ଏକ ଆକ୍ସନ ଫିଲ୍ମ ଅଟେ ।

ଫିଲ୍ମ ପ୍ରଡ୍ୟୁସର ମଧ୍ୟ ଇରଫାନଙ୍କ ଡେବ୍ୟୁ ଫିଲ୍ମ ପାଇଁ ଶୁଭକାମନା ଜଚ୍ଚାଇଛନ୍ତି । ଇରଫାନ ପଠାନ ଟ୍ୱିଟରରେ ଏକ ଭିଡିଓ ଶେୟାର କରି ଲେଖିଛନ୍ତି ଯେ ନୂଆ କାମ, ନୂଆ ସଂଘର୍ଷ ,ଆଗକୁ ଏହା ଉପରେ ନଜର ।

ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବେ ଏ.ଆର.ରେହମନ । ଫିଲ୍ମର ସୁଟିଂ ଦେଶର ଅନେକ ସ୍ଥାନରେ ଶୀଘ୍ର ସୁଟ ହେବା ଆରମ୍ଭ ହୋଇଯିବ । ସେହିଭଳି ହରଭଜନ ସିଂ ମଧ୍ୟ ତାମିଲ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

‘ଡିକ୍କୀଲୁନା’ଟାଇଟଲର ଏହି ଫିଲ୍ମରେ ସନଥାନମ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ନିର୍ଦ୍ଦେଶନା କାର୍ତ୍ତିକ ଯୋଗୀ କରିଥିବା ବେଳେ କେଜେଆର ଷ୍ଟୁଡିଓ ଏବଂ ସୋଲ୍ଜର୍ସ ଫ୍ୟାକ୍ଟ୍ରି ମିଶି ଏହି ଫିଲ୍ମର ପ୍ରଯୋଜନା ଭାର ତୁଲାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More