Only for Entertainment

ବିବାହ ପରଦିନ ସମସ୍ତଙ୍କୁ ଚକମା ଦେଇ ଫେରାର ହେଲା ବୋହୂ, ଲୁଟିନେଲା ଲକ୍ଷାଧିକ ଟଙ୍କା ଏବଂ ଗହଣା ।

Hamaare Thoughts
0 69

ଆଜିକାଲି ମାଆ-ବାପାଙ୍କ ପାଇଁ ବଡ଼ ସମସ୍ୟା ହେଉଛି ବୋହୂଟିଏ ବାଛିବା । ଝିଅ ପସନ୍ଦ ହେବା ପରେ ମାଆ-ବାପା ବୋହୂ ଠାରୁ ବଡ଼ ଆଶା ମଧ୍ୟ ରଖିଛନ୍ତି । ହେଲେ ବିହାରର ଭଭୁଆରେ ଏପରି ଏକ ଘଟଣା ଘଟିଛି ଯାହା ନିଶ୍ଚିତ ଭାବେ ପୁଅ ପାଇଁ ବୋହୂ ବାଛିବା ସମୟରେ ବାପା-ମାଆଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ ।

ବିହାରର ଭଭୁଆରେ ରହୁଥିବା ଶୀଲା ଦେବୀ ନିଜ ପୁଅ ପଙ୍କଜଙ୍କ ବିବାହ ସଂଗୀତାଙ୍କ ସହ ଏକ ମନ୍ଦିରରେ କରାଇଥିଲେ । ବାହା ହେବା ପରେ ସଂଗୀତା ଶଶୂର ଘରେ ପହଞ୍ଚିଥିଲେ । ବିବାହ ପରଦିନ ରାତିରେ ସଂଗୀତା ଶାରିରୀକ କଷ୍ଟର ବାହାନା ଦେଖାଇ ପଙ୍କଜଙ୍କ ସହ ନ ଶୋଇ ପାଖ ରୁମରେ ଶୋଇଥିଲେ । ହେଲେ ପରଦିନ ଯେତେବେଳେ ଘର ଲୋକେ ସଂଗୀତାଙ୍କୁ ଡାକିଥିଲେ ସେତେବେଳେ ରୁମରୁ କୌଣସି ପ୍ରତିକ୍ରିୟା ଆସିନଥିଲା ।

ଘର ଖୋଲିବା ପରେ ଯାହା ଦେଖିଲେ ତାହା ତାଙ୍କର ହୋସ ଉଡାଇ ଦେଇଥିଲା । ଦେଖିବାକୁ ମିଳିଥିଲା ଯେ, ବୋହୂ ଲକ୍ଷାଧିକ ଟଙ୍କା ଓ ଗହଣା ନେଇ ଫେରାର ହୋଇଯାଇଛି । ପଙ୍କଜଙ୍କ ପରିବାର ଲୋକେ ତୁରନ୍ତ ମଧ୍ୟସ୍ଥିଙ୍କୁ ଡଳାଇ ଏସମ୍ପର୍କରେ ଅବଗତ କରାଇଥିଲା ବେଳେ ୨/୪ ଦିନ ମଧ୍ୟରେ ସଂଗୀତାଙ୍କୁ ହାଜର କରାଇବାର ପ୍ରତିଶୃତି ସେ ଦେଇଥିଲେ । ହେଲେ ସଂଗୀତା ନଆସିବାରୁ ବାଧ୍ୟରେ ସେମାନେ ପୁଲିସରେ ଏତଲା ଦେଇଛନ୍ତି । ଏହା ପରେ ପୁଲିସ ସଂଗୀତାଙ୍କୁ ଖୋଜିବା ଆରମ୍ଭ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More